ରାଜ୍ୟରେ ଆଜି ୬୧୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଜି ଆଉ ୨୨ ଜିଲ୍ଲାରୁ ୬୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଓ ଲୋକାଲ୍ କେସ୍ ୨୦୭ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୬୧୮ ପଜିଟିଭ୍ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୮୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୬୧, କଟକ ୧୬, ଢେଙ୍କାନାଳ ,ବଲାଙ୍ଗିର ଓ ବୌଦ୍ଧ ୨, ଜଗତସିଂହପୁର- ୨୬, ଯାଯପୁର,କେନ୍ଦୁଝର ଓ ପୁରୀ ୫,କେନ୍ଦ୍ରାପଡ଼ା ୯, ଖୋର୍ଦ୍ଧା ୧୦୭, ମାଲକାନଗିରି ୧୩, ମୟୂରଭଞ୍ଜ ୨୧, ନୟାଗଡ଼ ୧୫, ରାୟଗଡ଼ା ,ଝାରସୁଗୁଡ଼ା ,ଭଦ୍ରକ ,କୋରାପୁଟ ଜଣେ ଲେଖାଏଁ ,ସମ୍ବଲପୁର ୧୦ , ସୁନ୍ଦରଗଡ଼ ୧୫, କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜ୍ୟରେ ୪୯୩୩ କରୋନା ଆକ୍ଟିଭ୍ ମାମଲା ରହିଛି । ଏବେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୯୮୬୪ କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି ।