ବାଲେଶ୍ୱର ସୋର ଅଞ୍ଚଳରୁ ମିଳିଲା ହଳଦିଆ ରଙ୍ଗର ଏକ ଦୁର୍ଲଭ କଇଁଛ

ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ବିରଳ ହଳଦିଆ ରଙ୍ଗର କଇଁଛ ଉଦ୍ଧାର ହୋଇଛି । ସାଜନପୁର ପଂଚାୟତର ସୁଜନପୁର ଗାଁରୁ ଉଦ୍ଧାର ହୋଇଛି ଏହି ବିରଳ ପ୍ରଜାତିର ହଳଦିଆ କଇଁଛ । ସୁଜନପୁର ଗାଁର ବାସୁଦେବ ପାତ୍ର ବିଲର ହଳ କରୁଥିବା ସମୟରେ ଏହି ବିରଳ କଇଁଛକୁ ଦେଖିବାକୁ ପାଇଥିଲେ । ଆଗରୁ ଏମିତି କଇଁଛ ଦେଖିନଥିବାରୁ ସେ ହଳଦିଆ ରଙ୍ଗର କଇଁଛକୁ ଯତ୍ନର ସହ ଉଦ୍ଧାର କରି ଘରକୁ ଆଣିଥିଲେ । ଏଭଳି ଦୁର୍ଲଭ କଇଁଛ ଦେଖିବାକୁ ସୁଜନପୁର ଗାଁରେ ଲୋକଙ୍କ ଗହଳି ଜମିଥିଲା । ପରେ ବାସୁଦେବ ପାତ୍ର ହଳଦିଆ କଇଁଛକୁ ବନବିଭାଗକୁ ହସ୍ତାନ୍ତର କରିଦେଇଥିବା ସୂଚନା ମିଳିଛି ।

ରିପୋର୍ଟ – ସଂଘମିତ୍ରା ପଣ୍ଡା