ପ୍ରକାଶ ପାଇଲା #CBSE ଦଶମ ରେଜଲ୍ଟ।ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ।

ପ୍ରକାଶ ପାଇଲା #CBSE ଦଶମ ରେଜଲ୍ଟ:https://t.co/nWN6VJLGHfରେ ରେଜଲ୍ଟ ଉପଲବ୍ଧ ।
ଟ୍ବିଟ୍‌ ଯୋଗେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସୂଚନା । ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ।
ଡିଜି ଲକର୍‌ ମୋବାଇଲ ଆପ୍ ଜରିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ।
ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ମୋଟ ପାସ୍ ହାର ୯୧.୪୬% ରହିଛି। ଗତବର୍ଷ ପାସ୍ ହାର  ୯୧.୧୦% ଥିଲା, ଏବର୍ଷ ୦.୩୬% ବୃଦ୍ଧି ପାଇଛି। ପାସ୍ ହାରରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ। ୯୩.୩% ଛାତ୍ରୀ, ୯୦.୧୪% ଛାତ୍ର ପାସ୍ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟର ସର୍ବାଧିକ ୯୯.୨୩% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୩.୨୦%, ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୨୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗୌହାଟି ରିଜିଅନରେ ସର୍ବନିମ୍ନ ୭୯.୧୨% ପିଲା ପାସ୍ କରିଛନ୍ତି।
ଚଳିତ ବର୍ଷ ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଯାଏ ପରୀକ୍ଷା ହୋଇଥିଲା। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍ କଟକଣା ଲାଗୁ ହେବା‌ପରେ ୬ଟି ବିଷୟରେ ପରୀକ୍ଷା ହୋଇପାରିନଥିଲା ଓ ଏହାକୁ ପରେ ବାତିଲ କରାଯାଇଥିଲା। ତେବେ ଆଭରେଜ୍ ମାର୍କିଂ ଦ୍ୱାରା ରେଜଲ୍ଟ ପ୍ରକାଶ ପାଇଛି।