ବିଜୟ ମହାନ୍ତିଙ୍କ ଆଜି ଶେଷକୃତ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ସାରା ଓଲିଉଡ୍ ଜଗତ ସ୍ତବ୍ଧ । ଆଜି ହେବ ତାଙ୍କର ତାଙ୍କର ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ହସ୍ପିଟାଲରୁ ତାଙ୍କ ମରଶରୀରରକୁ ତାଙ୍କ ବାସଭବନକୁ ନିଆଯିବ। ସେଠାରେ ଶେଷ ଦର୍ଶନ ପାଇଁ ରଖାଯିବ। ସେଠାରୁ ନିଆଯାଇ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ କରାଯିବ।ଗତକାଲି ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ବିଜୟ ମହାନ୍ତି। ହୃଦରୋଗ ଓ ମଧୁମେହ ରୋଗରେ ପୀଡିତ ଥିଲେ। ଗତ ମାସରେ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହାପରେ ଭୁବନେଶ୍ୱରର ଅଣାଯାଇ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟ – ସଂଘମିତ୍ରା ପଣ୍ଡା