ବିଜେଡିର ୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ଦିଆଗଲା ଜିଲ୍ଲାର ବଡ଼ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ

ବିଜୁ ଜନତା ଦଳର ପୁଣି ନୂଆ ନିଯୁକ୍ତି, ୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ । ଜିଲ୍ଲାରେ ସାଂଗଠନିକ କାର୍ଯ୍ୟ ପରିଚାଳନା ପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ଦଳର ରାଜ୍ୟ ମହିଳା କମିଟିର ଜିଲ୍ଲା ଇନ୍-ଚାର୍ଜ ଭାବରେ ଏହି ୧୮ଜଣ ବରିଷ୍ଠ ନେତ୍ରୀ ଦାୟିତ୍ୱ ତୁଲାଇବେ । ଏ ନେଇ ଗତକାଲି ବିଜେଡିର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ବିଜ୍ଞପ୍ତି ଜାରି କରିଛନ୍ତି।

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କିଏ ପାଇଛନ୍ତି ଦାୟିତ୍ବ :-

କେନ୍ଦୁଝର ଦାୟିତ୍ୱରେ-ଲୋପାମୁଦ୍ରା ବକ୍ସିପାତ୍ର

ଗଜପତି/ଗଞ୍ଜାମ ଦାୟିତ୍ୱରେ – ଗୀତା ବସ୍ତିଆ

ପୁରୀ/ଖୋର୍ଦ୍ଧା/ଭୁବନେଶ୍ୱର ଦାୟିତ୍ୱରେ -କସ୍ତୁରୀ ମହାପାତ୍ର

ଭଦ୍ରକ/ମୟୁରଭଞ୍ଜ ଦାୟିତ୍ୱରେ -ଉର୍ମିଲତା ଦାସ

କଟକ ଦାୟିତ୍ୱରେ -ପ୍ରଭାସିନୀ ଷଡ଼ଙ୍ଗୀ

ଝାରସୁଗୁଡା/ସୁନ୍ଦରଗଡ଼ ଦାୟିତ୍ୱରେ -ଜ୍ୟୋତି ପାଣିଗ୍ରାହୀ

ରାୟଗଡ଼ା/ନବରଙ୍ଗପୁର ଦାୟିତ୍ୱରେ -ସ୍ନିଗ୍ଧା ପାଣିଗ୍ରାହୀ

କୋରାପୁଟ/ମାଲକାନଗିରି ଦାୟିତ୍ୱରେ -ନିବେଦିତା ମହାନ୍ତି

ନୟାଗଡ଼ ଦାୟିତ୍ୱରେ -କୁଂଜଲତା ସାମଲ

ଅନୁଗୁଳ/ଦେବଗଡ଼/ଢେଙ୍କାନାଳ ଦାୟିତ୍ୱରେ -ପୁଷ୍ପାଞ୍ଜଳି ରାଣା

ସମ୍ବଲପୁର/ବରଗଡ଼ ଦାୟିତ୍ୱରେ -ମୀନତି ଦେବତା

ବାଲେଶ୍ୱର ଦାୟିତ୍ୱରେ -ଭାରତୀ ସିଂହ

ବଲାଙ୍ଗୀର/ସୋନପୁର ଦାୟିତ୍ୱରେ – ସରୋଜିନୀ ରାଜ

କନ୍ଧମାଳ/ବୌଦ୍ଧ ଦାୟିତ୍ୱରେ -ସଂଘମିତ୍ରା ଦଳେଇ

ଯାଜପୁର ଦାୟିତ୍ୱରେ – ରେଜାୱାନା ବେଗମ

କେନ୍ଦ୍ରାପଡ଼ା ଦାୟିତ୍ୱରେ -ମୀତା ରାଉତ

ଜଗତସିଂହପୁର ଦାୟିତ୍ୱରେ -ସ୍ନେହାଞ୍ଜଳୀ ମହାନ୍ତି

କଳାହାଣ୍ଡି/ନୂଆପଡ଼ା ଦାୟିତ୍ୱରେ -ସଂଯୁକ୍ତା ମହାନ୍ତି

ରିପୋର୍ଟ – ସଂଘମିତ୍ରା ପଣ୍ଡା