ମୁଁ ସରକାରଙ୍କ ଚାକିରି କରୁଛି, କାହା ବାପାର ନୁହେଁ : ମହିଳା କନେଷ୍ଟବଳ ସୁନୀତା

ମୁଁ ସରକାରଙ୍କ ଚାକିରି କରୁଛି, କାହା ବାପାର ନୁହେଁ। ମୁଁ ସେମିତି ନୁହେଁ, ଯିଏକି ମନ୍ତ୍ରୀମାନଙ୍କର ଚାକର ହୋଇ କାମ କରେ। ଏ ୟୁନିଫର୍ମ ମୋତେ ତୋ ବାପା ଦେଇନି।ସୁନୀତା, ଏବେ ଚର୍ଚ୍ଚାରେ ସୁନୀତା, ସେହି ମହିଳା କନେଷ୍ଟବଳ, ଯିଏକି ଗୁଜରାଟର ଜଣେ ମନ୍ତ୍ରୀଙ୍କ ପୁଅ ନିୟମ ଭାଙ୍ଗିବାରୁ ତାଙ୍କୁ ତାଗିଦ୍‌ କରିଥିଲେ। ଏଥିପାଇଁ ସୁନୀତାଙ୍କୁ ମିଳିଥିଲା ଧମକ। ମୋତେ ଚିହ୍ନିନ ମୁଁ କିଏ, ମୁଁ ତୁମକୁ ଟ୍ରାନ୍ସଫର କରିଦେବି, ଚାକିରି ନେଇଯିବି। କିନ୍ତୁ ଏମିତି ଧମକରେ ଡରିନଥିଲେ ସୁନୀତା। ଯୁବକଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ଏହି ମାମଲାରେ ଇଣ୍ଡିଆନ ପୋଲିସ ଫାଉଣ୍ଡେସନ ସମତେ ଅନେକ ଲୋକ ଏବଂ ସେଲିବ୍ରିଟି ସୁନୀତାଙ୍କୁ ସପୋର୍ଟ କରି ଟ୍ଵିଟ କରିଛନ୍ତି।

ରିପୋର୍ଟ- ସଂଘମିତ୍ରା ପଣ୍ଡା