ସାମାଜିକ ଦୂରତା ରଖି ବୃକ୍ଷ ରୋପଣ କଲେ ଯୁବଗୋଷ୍ଠୀ

   କରୋନା ମହାମାରୀ ପାଇଁ ଚାରିଆଡ଼େ ଲକଡାଉନ ସତ୍ତ୍ୱେ  ନେହୁରୁ ଯୁବା କେନ୍ଦ୍ର ଅଧିନ ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଂଗଠନର ସଦସ୍ୟମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ।ଏହାସହ ଆଖପାଖ ଅଞ୍ଚଳର ଲୋକଙ୍କୁ ବୃକ୍ଷ ରୋପଣ ପାଇଁ ପରାମର୍ଶ ଦେଇଥିଲେ।ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୩୦୦ ଶହ ନିୟୁତ ମେଟ୍ରିକ ଟନରରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହେଉଛି,ଯାହାକି ପରିବେଶକୁ ପ୍ରଦୂଷିତ କରିଚାଲିଛି।ଭୂମି,ଜଳ ଏବଂ ବାୟୁକୁ ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ଏହି ବିପଦକୁ ଅଧିକ ଗୁରୁତର କରୁଛି ବୋଲି ଜନ ସଚେତନତା କରାଯାଇଥିଲା।ତେଣୁ ପ୍ରତ୍ଯେକ ବ୍ଯକ୍ତି ଗୋଟିଏ ବୃକ୍ଷ ରୋପଣ କରି ତା'ର ବଞ୍ଚିବା ପର୍ଯ୍ୟନ୍ତ ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ପ୍ରଧାନ,କୃଷ୍ଣଚନ୍ଦ୍ର ସୁଆଁସିଆ,ଅନିଳ କୁମାର ପ୍ରଧାନ,ନବଘନ ବିଶ୍ବାଳ,ଜିତେନ୍ଦ୍ର ସ୍ବାଇଁ,ଦୀପକ ବିଶ୍ବାଳ,ପ୍ରହଲ୍ଲାଦ ବିଶ୍ବାଳ ସମେତ କିଛି ଯୁବଗୋଷ୍ଠୀ ବୃକ୍ଷ ରୋପଣ କାର୍ଯ୍ଯରେ ସାମିଲ ହୋଇଥିଲେ।କରୋନା ମହାମାରୀ ସମୟରେ ସଚେତନତା ପୂର୍ବକ ଏଭଳି ସାମାଜିକ କାର୍ଯ୍ୟପାଇଁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି |

ରିପୋର୍ଟ - ସଂଘମିତ୍ରା ପଣ୍ଡା