ଆଜି ଗୋଟିଏ ଦିନରେ ରାଜ୍ୟରେ ୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ରାଜ୍ୟରେ ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢ଼ିଚାଲିଛି। କରୋନା ତାର କାୟା ଦିନକୁ ଦିନ ବଢେଇ ଚାଲିଛି। ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଅଣାୟତ୍ତ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜିଲ୍ଲାରୁ ୫୭୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେବଳ କ୍ଵାରେଣ୍ଟାଇନ ସେଣ୍ଟରରୁ ୩୮୪ ବାହାରିଥିବା ବେଳେ ଲୋକାଲ କେସ ୧୮୬। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୫୭୦ଜଣଙ୍କ ମଧ୍ୟରୁ ଆଜି ଗଞ୍ଜାମରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ,ଅନୁଗୁଳ ୧୧, ବାଲେଶ୍ୱର ୩, ଭଦ୍ରକ ୨, ବୌଦ୍ଧ ୩, କଟକ ୪୬, ଗଜପତି ୨୫,ଜଗତସିହପୁର ୧୬,ଯାଜପୁର ୪୦, ଝାରସୁଗୁଡ଼ା ୩୧,କେନ୍ଦ୍ରାପଡ଼ା ୬,କେନ୍ଦୁଝର ୧୪,ନୟାଗଡ଼ ୩୭, ପୁରୀ ୧୫,ସୁନ୍ଦରଗଡ଼ ୪୪, ସମ୍ବଲପୁର ଜଣେ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇଥିବାବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି।୬୧ କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।