ଆଦିତ୍ୟଙ୍କ କଲ୍‌ ରେକର୍ଡ ଯାଞ୍ଚ କଲା GRP

ଏବେ ବି ସସପେନ୍ସ ଘେରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା । ଆଦିତ୍ୟଙ୍କ ଫୋନ୍ କଲ୍ ରେକର୍ଡ ଯାଞ୍ଚ କରିଛି ରେଲୱେ ପୋଲିସ । ଜୁଲାଇ ୧ରୁ ୬ତାରିଖ ଯାଏଁ ସମସ୍ତ ଫୋନ କଲ୍ ଯାଞ୍ଚ କରିଛି । ଆଦିତ୍ୟଙ୍କ ସହଯୋଗୀ ପପୁ ଏବଂ ବିକାଶ ଖୁବଶୀଘ୍ର GRPରେ ହାଜର ହୋଇ ପାରନ୍ତି । ଆଦିତ୍ୟ କରିଥିବା ପିପୁଲଫର ସେବା ସ୍ବେଚ୍ଛାସେବୀ ସଂସ୍ଥାର ଆର୍ଥିକ ଲେଣଦେଣର ମଧ୍ୟ ଯାଞ୍ଚ କରିବ ଜିଆରପି । ପୋଷ୍ଟମର୍ଟମ ରିପୋର୍ଟରେ ମୁଣ୍ଡରେ ଗଭୀର ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟ ହୋଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ସେଦିନ ରାତିରେ କ’ଣ ଘଟିଥିଲା ତାକୁ ନେଇ କୌଣସି ଖୁଲାସା କରିପାରିନି ଜିଆରପି ।

ରିପୋର୍ଟ - ସଂଘମିତ୍ରା ପଣ୍ଡା