କୋରୋନା ଛାଟରେ ପାଠ ବେହାଲ

ପାଠକୁ କରୋନା ଛାଟ । ଦେଶରେ କୋରୋନା ସଂକ୍ରମଣ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ସିଲାବସ ବା ପାଠ୍ୟ ଖସଡ଼ାକୁ ଚଳିତ ବର୍ଷ ପାଇଁ ୩୦% ହ୍ରାସ କରିବା ପାଇଁ ଘୋଷଣା କରାଯାଇଛି। କେନ୍ଦ୍ର ମାନବ ସମ୍ଭଳ ବିଭାଗ ପକ୍ଷରୁ ପାଠ୍ୟ ଖସଡ଼ା ହ୍ରାସ ସମ୍ପର୍କରେ ବିଚାର କରିବାକୁ ସିବିଏସଇକୁ କୁହାଯାଇଥିଲା । ଏନେଇ କମିଟି ଆଲୋଚନା ପରେ ୯ରୁ ଦ୍ଵାଦଶ ଶ୍ରେଣୀର ପିଲାଙ୍କ ଉପରେ ସୃଷ୍ଟି ହୋଇଥିବା ଦୂର କରିବା ପାଇଁ ସିଲାବସର ୩୦% ବିଷୟକୁ ବାଦ୍ ଦିଆଯିବାକୁ ନିଷ୍ପତି ହୋଇଛି।
ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶା କହିଛନ୍ତି ଯେ ସିବିଏସଇର ୯ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡା ୩୦ ପ୍ରତିଶତ ହ୍ରାସ କରାଯିବ। ପିଲାଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟ ବସ୍ତୁ ଏଥିରେ ରହିବ। ଅତିରିକ୍ତ ୩୦% ବିଷୟ ପାଠ୍ୟଖସଡାରୁ ବାଦ୍ ଦିଆଯିବ। ହ୍ରାସ ପାଉଥିବା ସିଲାବସ୍ ଅନୁଯାୟୀ ପିଲାଙ୍କୁ ଶିକ୍ଷା ଦାନ କରାଯିବ। ପରୀକ୍ଷାରେ ବାଦ ପଡ଼ିଥିବା ବିଷୟ ଗୁଡ଼ିକ ପଡ଼ିବ ନାହିଁ।