ସମାଜସେବୀ ଆଦିତ୍ୟ ଦାସଙ୍କ ଅକାଳ ମୃତ୍ୟୁ, ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଲାଇନ କଡ଼ରୁ ମିଳିଲା ମୃତଦେହ

ପିପୁଲ ଫର୍ ସେବା ର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଜି ସକାଳୁ ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ।ଆଦିତ୍ୟ ଅନେକ ମୋଟିଭେସନାଲ୍ ଭିଡ଼ିଓ ମାଧ୍ୟମରେ ଯୁବ ପିଢ଼ିଙ୍କୁ ନୂଆ ନୂଆ ବାର୍ତ୍ତା ଦେଉଥିଲେ ଓ ତାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା “ପିପୁଲ ଫର ସେଭ୍” ମାଧ୍ୟମରେ ରାଜଧାନୀର ଅନେକ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଥିଲେ। ଆଦିତ୍ୟଙ୍କ ଏଭଳି ଅକାଳ ମୃତ୍ୟୁରେ ଅନେକ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ ଯାହା ସମସ୍ତଙ୍କୁ ବିଚଳିତ କରିଛି |

ରିପୋର୍ଟ – ସଂଘମିତ୍ରା ପଣ୍ଡା