ଦେଶରେ ଟିକଟକ୍ ସମେତ ୫୯ଟି ଚିନ୍ ଆପ୍ ବ୍ୟାନ୍

ଚାଇନିଜ୍‌ ଆପକୁ ବଡ଼ ଝଟକା।ଆପ୍‌ ଷ୍ଟୋର୍‌ରୁ ହଟିଲା ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌। ଟିକ୍ ଟକ୍ ଆପ୍‌କୁ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।
ଗତକାଲି ଟିକ୍‌ଟକ୍ ସମେତ ୫୯ଟି ଚୀନ୍ ଆପ୍‌କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା।  ଏହି ଆପ୍ ଦ୍ୱାରା ଦେଶର ସୁରକ୍ଷା ଓ ସର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାପଡ଼ିଥିଲା। ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ବ୍ୟବହୃତ ଏହି ଆପ୍‌ଗଗୁଡ଼ିକ ଦ୍ୱାରା ଦେଶ ବାହାରକୁ ତଥ୍ୟ ଯାଉଥିବା ମଧ୍ୟ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକ୍‌ଟକ୍ ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇଛି ।ଟିକ୍ ଟକ୍ ଆପ୍ ସହ ଆଉ ୫୯ଟି ଚୀନ ଆପ୍‌କୁ ମଧ୍ୟ ଭାରତରେ ନିଷିଦ୍ଧ କରାଯାଇଛି।
ତେବେ ଟିକଟକ୍ ସମେତ ୫୯ଟି ଚିନ୍ ଆପ୍ ବ୍ଯାନ ହେବାର ନିଷ୍ପତି ପରେ ୟୁଜର୍ସଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଠିଛି। ଏସବୁ ପ୍ରଶ୍ନ ମଧ୍ଯରୁ ଗୋଟିଏ ହେଉଛି ଭାରତରେ ଯେଉଁ ସ୍ମାର୍ଟଫୋନ ବ୍ଯବହାରକାରୀଙ୍କ ପାଖରେ ପୂର୍ବରୁ ଟିକଟକ୍ ଆପ୍ ରହିଛି, ବ୍ଯାନ ହେବା ପରେ କ’ଣ ସେମାନେ ଏହି ଆପ୍ ବ୍ଯବହାର କରିପାରିବେ? ଟେକ୍ ଏକ୍ସପର୍ଟଙ୍କ କହିବାନୁଯାୟୀ ଆପାଣଙ୍କ ସ୍ମାର୍ଟଫୋନରେ ପୂର୍ବରୁ ଥିବା ଆପ୍ କାମ କରିବ କିମ୍ବା ନାହିଁ ଏନେଇ ବର୍ତ୍ତମାନ କିଛି ସ୍ପଷ୍ଟ କୁହାଯାଇପାରିବ ନାହିଁ। କିନ୍ତୁ ନୂତନ ବ୍ଯବହାରକାରୀ ଏହି ଆପକୁ ଡାଉନଲୋଡ୍ କରିପାରିବେ ନାହିଁ।

ରିପୋର୍ଟ- ସଂଘମିତ୍ରା ପଣ୍ଡା