ଆସନ୍ତା କାଲି ଜନ୍ମବେଦିରୁ ରତ୍ନବେଦୀକୁ ବାହୁଡିବେ କାଳିଆ ସାଆନ୍ତ।

ଆସନ୍ତା କାଲି ଜନ୍ମବେଦିରୁ ରତ୍ନବେଦୀକୁ ବାହୁଡିବେ କାଳିଆ ସାଆନ୍ତ। ଆଜି ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ। ଦୀର୍ଘ ୯ଦିନ ବ୍ୟବଧାନ ପରେ ଶ୍ରୀମନ୍ଦିରକୁ ବାହୁଡିବେ ମହାପ୍ରଭୁ।
ଆସନ୍ତୁ ଜାଣିବା ବାହୁଡାର ନୀତି ନିର୍ଘଣ୍ଟ ବିଷୟରେ
*ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ।
ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ ନୀତି ଅନୁଷ୍ଠିତ ହେବ।
ଭୋର ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟ ପୂଜା
*୫ଟା ୩୦ରେ ଦ୍ୱାରପାଳ ପୂଜା ସହ ବେଶ ସମାପନ ହେବ।
*ସକାଳ ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ବା ଖେଚୁଡ଼ି ଭୋଗ ଲାଗି ହେବ।
*ସେନାପଟା ଲାଗି ସକାଳ ୭ରୁ ୭ଟା ୩୦ ମଧ୍ୟରେ କରାଯିବ।
*୭ଟା ୪୫ରେ ମଙ୍ଗଳାର୍ପଣ ପରେ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି।
*ସକାଳ ୧୦ଟା ଯାଏ ପହଣ୍ଡି ଚାଲିବା ସହ ବେଶ ଶେଷ ହେବ।
*୧୦ଟା ୩୦ରୁ ୧୧ଟା ୩୦ ଭିତରେ ଛେରା ପହଁରା କରାଯିବ। ୧୧ଟାରୁ ଚାରମାଳ ଫିଟିବା ସହ ଘୋଡ଼ା ଯୋଖାଯିବ ।
*ଏହାପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ।