କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅପରିଣାମଦର୍ଶିକୁ ବିରୋଧ କରି ରାଜ୍ୟ ସ୍ତରୀୟ ବିକ୍ଷୋଭ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ତ୍ରୁଟିପୂର୍ଣ୍ଣ ପରିଚାଳନାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ବିରୋଧୀଦଳ। ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଆଜି ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଠାରେ କଂଗ୍ରେସ ନେତୃତ୍ୱରେ ୧୩ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି।
ଏହି ବିକ୍ଷୋଭରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇଏମ,ସିପିଆଇଏମଏଲ, ଲିବରେସନ୍, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍,ସିପିଆଇଏମଏଲ ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା ଏନସିପି, ବହୁଜନ ସମାଜବାଦୀ ପାର୍ଟି , ସମୃଦ୍ଧ ଓଡିଶା ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ପ୍ରତିବାଦ କରିଥିଲେ।
ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ ଟେଷ୍ଟିଂକୁ ଗୁରୁତ୍ୱ ନଦେଇ ଲକ୍‌ଡାଉନ/ସଟ୍‌ଡାଉନ ଇତ୍ୟାଦିକୁ ଗୁରୁତ୍ୱ ଦେଇଛନ୍ତି । ଆମ ଦେଶରେ କୋଭିଡ ଟେଷ୍ଟିଂ ହାର ଯଥେଷ୍ଟ କମ୍। ବର୍ତ୍ତମାନ ହଜାରେ ଲୋକ ସଂଖ୍ୟାରେ ମାତ୍ର ୩.୮ ଜଣଙ୍କର କୋଭିଡ ଟେଷ୍ଟିଂ ହେଉଛି  ଯାହାର ଫଳସ୍ୱରୂପ ବ୍ୟାପକ ସଂକ୍ରମଣ ଦେଖାଦେଇଛି ଏବଂ ପୃଥିବୀରେ କୋଭିଡ ସଂକ୍ରମିତ ଦେଶମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି।
ମୋଦି ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକ୍‌ଡାଉନ ଘୋଷଣା କଲେ।  ଯାହାର ପରିଣାମ ସ୍ୱରୂପ ଦେଶର କୋଟି କୋଟି ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷକରି ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଏବଂ ନିର୍ୟ୍ୟାତନାର ଶୀକାର ହେଲେ ।

ମୋଦୀ ସରକାରଙ୍କର ଦୁରଦୃଷ୍ଟିହୀନତା ଏଥିପାଇଁ ଦାୟୀ ବୋଲି କହିଛନ୍ତି ବିରୋଧୀ ଦଳ ଗୁଡିକ।