ଅଧାପନ୍ତରିଆ ପଡିରହିଛି ଗାଧୁଆ ଘର

କୋରାପୁଟ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ଗିରଳିଗୁମା ପଞ୍ଚାୟତ ସଦର ମହକୁମାଠାରେ । ଗାଧୁଆଘରର ପ୍ରକଳ୍ପ ନିର୍ମାଣ ଶେଷ ହୋଇନି । ତଥାପି ପୁରା ବିଲ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି । ପ୍ରକଳ୍ପ ଅଧାପନ୍ତରିଆ ଥିବାରୁ ଏହା ଲୋକଙ୍କ କୌଣସି କାମରେ ଲାଗୁନାହିଁ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଅନେକ ବର୍ଷ ତଳେ ଜଣେ ଠିକାଦାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା । ଗ୍ରାମବାସୀ ପଚାରିବାରୁ ସେ ଏକ ଲକ୍ଷ ଟଙ୍କା ବ୍ୟୟ ରେ ଅଟକଳରେ ଗାଧୁଆ ଘର ନିର୍ମାଣ କରାଯିବ ବୋଲି କହିଥିଲେ । ମାତ୍ର ତିନି ପୁଟ କାନ୍ଥ ଉଠାଇ ଅଧାପନ୍ତରିଆ ଭାବେ ଛାଡି ଦେଲେ ଠିକାଦାର ।ଠିକାଦାର ଏବଂ କନିଷ୍ଠଯନ୍ତ୍ରି ଆଉ ଏକ ଗାଧୁଆ ଘରର ଫୋଟ ସଂଲଗ୍ନ କରି ବିଲ କରିବା ପରେ ଏହି ତାଙ୍କ ଆତ୍ମାସାତ କରିଥିବା ଗ୍ରାମର ଶ୍ରୀଧର ମୁଦୁଲି ,ଲୋଇଚନ ବିଶୋଇ , ଘନଶ୍ୟାମ ମୁଦୁଲି ପ୍ରମୁଖ ଅଭିଯୋଗ କରିଛନ୍ତି।ପଞ୍ଚାୟତର ବିଭିନ୍ନ ସ୍ଥାନ ରେ ଲକ୍ଷାଦିକ ଟଙ୍କାରେ ଦୁର୍ନୀତି କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ସେହିପରି ମନେରେଗା କାମରେ ଜମି ମରାମତି ନାଁରେ ମିଥ୍ଯା ବିଲ କରାଯାଇ ପୋଷ୍ଟ ଅଫିସରୁ ଟଙ୍କା ଉଠାଇ ହଡପ କରାଯାଇଥିବା ବିଜାମରା , ପଟ୍ଟଯୋଡି , ଗଦଳିଗୁମ୍ମା , ଗତ୍ରୀ ,ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସବୁ ପଞ୍ଚାୟତରେ ହୋଇଥିବା କାମ ଗୁଡିକ ଭିଜିଲାନ୍ସ ତଦନ୍ତ କରାଯାଇ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏହି ସମ୍ପର୍କରେ ଆମେ କନିଷ୍ଠ ଯନ୍ତ୍ରୀ ବକୁଳ ଚନ୍ଦ୍ର ମୁର୍ମୁଙ୍କୁ ପଚାରିବାକୁ ସେ କହିଛନ୍ତି ଯେ , ଗାଧୁଆ ଘର ପ୍ରକଳ୍ପ ସମ୍ପର୍କରେ କୌଣସି ତଥ୍ୟ ତାଙ୍କ ପାଖରେ ନାହିଁ । ଫାଇଲ ଦେଖିବା ପରେ କହିପାରିବେ ବୋଲି ସେ କହିଛନ୍ତି । ମନେରେଗା କାମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଏହାକୁ ଖଣ୍ଡନ କରିଛନ୍ତି । ଜିଲ୍ଲା ପ୍ରଶାସନ ଗିରଳିଗୁମା ପଞ୍ଚାୟତ ଉନ୍ନୟନମୂଳକ କାର୍ଯ୍ୟ ତଦନ୍ତ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।

ରିପୋର୍ଟ – ସୁନ୍ଦର କୁମାର ପାଣି