୧୨ ମାସର ଦରମା ଦାବିରେ ବିଏସଏନଏଲ ଠିକା କର୍ମଚାରୀ

କୋରାପୁଟ: ବର୍ଷକ ଦରମା ଦାବିରେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । କୋରାପୁଟ ଜିଲ୍ଲାରେ ବିଏସଏନଏଲରେ କାର୍ଯ୍ୟରତ ଠିକା କର୍ମଚାରୀ ମାନେ ଗତ ଏକବର୍ଷର ଦରମା ପାଇନଥିବା ଅଭିଯୋଗ କରିଛନ୍ତି ।

ବର୍ଷକର ଦରମା ଦାବିରେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକୋରାପୁଟ ଜିଲ୍ଲାରେ ଥିବା ବିଏସଏନଏଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୨୬୦ ଜଣ ଠିକା କର୍ମଚାରୀ ଗତ ଏକ ବର୍ଷ ଧରି ସେମାନଙ୍କ ନ୍ୟାର୍ଯ୍ୟ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ବୁଧବାର ଏଆଇସିଟିୟୁ କୋରାପୁଟ ଜିଲ୍ଲା ସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋୟୀ ନେତୃତ୍ବରେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ଜଣାଇଛନ୍ତି । କର୍ମଚାରୀମାନେ ବାରମ୍ବାର ସରକାରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଉଥିଲେ ବି କୌଣସି ସୁଫଳ ମିଳୁନାହିଁ । କିନ୍ତୁ ସେମାନଙ୍କ ଦାବି ପ୍ରତି ସରକାର ଅଣଦେଖା କରି ଅନ୍ୟମାନଙ୍କୁ ନିଯୁକ୍ତି ଦେବା କିମ୍ବା ସଂସ୍ଥାକୁ ବେସରକାରୀ କରିବାର ଚକ୍ରାନ୍ତ କଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଏଆଇସିଟିୟୁ ଜିଲ୍ଲା ସମ୍ଫାଦକ କହିଛନ୍ତି ।

ରିପୋର୍ଟ – ସୁନ୍ଦର କୁମାର ପାଣି