ଜୁଲାଇ ୩୧ ଯାଏ ଲକଡାଉନ୍ ଅବଧି ବଢ଼ାଇଲେ ମମତା।

କରୋନାର ତାଣ୍ଡବ ଦେଖି ପଶ୍ଚିମବଙ୍ଗ ରେ ଲକଡାଉନ ଅବଧି ବୃଦ୍ଧି କଲେ ପଶ୍ଚିମବଙ୍ଗ ସରକାର। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକଡାଉନ୍ ଅବଧିକୁ ଜୁଲାଇ ୩୧ଯାଏ ବଢ଼ାଇଛନ୍ତି। ଜୁନ୍ ୩୦ରେ ବର୍ତ୍ତମାନର ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଥିଲା। ମମତା ବାନାର୍ଜୀ ସର୍ବଦଳୀୟ ବୈଠକ କରିଥିଲେ। ପାଖାପାଖି ୩ ଘଣ୍ଟା ଧରି ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲକଡାଉନ୍ ଅବଧି ବଢ଼ାଇବା ଦରକାର ବୋଲି ସେ କହିଛନ୍ତି। ସେହିପରି ସ୍କୁଲ, କଲେଜ ମଧ୍ୟ ଲକଡାଉନ୍ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି।