ଜୁଲାଇ ମାସ ପାଇଁ ସତର୍କତା କରୋନା ସଂକ୍ରମଣ ବଢିବ।

ଜୁଲାଇ ମାସ ପାଇଁ ସତର୍କତା । ଜୁଲାଇ ମାସରେ ରାଜ୍ୟ ସହ ଦେଶ ପାଇଁ ବେଶ ଗୁରୁତ୍ବ ପୂର୍ଣ୍ଣ। ଶୀର୍ଷକୁ ଛୁଇଁପାରେ କରୋନା ସଂକ୍ରମଣ । ଏଥିପାଇଁ ସତର୍କ ଏବଂ ସଜାଗ କରିଦେଇଛନ୍ତି ରାଜ୍ୟ ସରକାର । ବୟସ୍କଙ୍କ ପ୍ରତି ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେମାନଙ୍କ ଯତ୍ନ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ସତର୍କତା ଅବଲମ୍ବନ ପାଇଁ ୧୦ ଟି ଦିଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟସରକାର ।
ରାଜ୍ୟରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ବାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ । ଘରକୁ ଘର ହେଉଥିବା ସର୍ଭେରେ ଆଣ୍ଟିବଡ଼ି ଟେଷ୍ଟ କିଟ୍ ବ୍ୟବହାର କରାଯିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସର ନିର୍ଦେଶକ । ସେପଟେ ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବଢି ଚାଲିଥିବାରୁ ମୁକାବିଲା ପାଇଁ 3T – ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ରାଜ୍ୟରେ ଅଧିକାଂଶ ସଂକ୍ରମିତ ଲକ୍ଷଣ ବିହୀନ ଏବଂ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି । ତେଣୁ ଆତଙ୍କିତ ହେବାର କିଛି ନାହିଁ କି ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ।