ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍

ଆଜି ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ଦିନ ୧୦ଟା ପରେ ପୂଜାର୍ଚ୍ଚନା ପରେ ଡ୍ୟାମର ୭ନଂ ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଏହା ପୂର୍ବରୁ ଡ୍ୟାମ କର୍ତ୍ତୃପକ୍ଷ ମାଇକ ଯୋଗେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଦିଆଯାଇଥିଲା।

ତେବେ ଚଳିତ ବର୍ଷ ଖରା ଦିନେ ଜଳସ୍ତର ସ୍ବାଭାବିକଠାରୁ ଅଧିକ ରହିବ। ଠିକ୍‌ ସମୟରେ ମୌସୁମି ଆସିବା ଓ ନିୟମିତ ବର୍ଷା ହେବା କାରଣରୁ ହୀରାକୁଦର ଗେଟ୍ ଶୀଘ୍ର ଖୋଲିଛି। ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ପୂର୍ବରୁ ଘୋଷଣା କରିଥିଲେ।

ରିପୋର୍ଟ – ସଂଘମିତ୍ରା ପଣ୍ଡା