୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଗିରଫ

୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣାଙ୍କୁ ଗିରଫ କଲା ଲସ୍‌ ଏଞ୍ଜେଲସ୍‌ ପୋଲିସ । ପାକିସ୍ତାନୀ ବାସିନ୍ଦା ତହଓ୍ୱର ରାଣା କାନାଡ଼ାରେ ରହି ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନକୁ ସହାୟତା ଯୋଗାଉଥିଲା। ରାଣା ୧୪ ବର୍ଷ ଧରି ସିକାଗୋ ଜେଲ୍‌ରେ ଥିଲେ। ତେବେ ତାଙ୍କର ନମୁନା ପରୀକ୍ଷା କରୋନା ପଜିଟିଭ୍‌ ଆସିବା ପରେ ଗତ ସପ୍ତାହରେ ସେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଅପିଲ୍‌ କରାଯାଇଥିଲା। ତେଣୁ ତାଙ୍କୁ ଲସ୍‌ ଏଞ୍ଜେଲସ୍‌ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ୧୨ ବର୍ଷ ତଳେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୦ ଜଣ ଆତଙ୍କବାଦୀ ସାମିଲ୍‌ ହୋଇଥିଲେ। ସେମାଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଜମଲ କସାବଙ୍କୁ ଗିରଫ କରାଯାଇଥିଲା। ପରେ କସାବଙ୍କୁ ଫାଶୀ ଦିଆଯାଇଥିଲା।