ଆଜି ସୂର୍ଯ୍ୟପରାଗ , ଓଡ଼ିଶାରେ ହେବ ଆଂଶିକ ଦୃଶ୍ୟମାନ

ଆଜି ବିରଳ ବଳୟ ସୂର୍ଯ୍ୟ ପରାଗ । ପରାଗ ସକାଳ ୧୦ଟା ୨୦ ମିନିଟ୍ ରୁ ଏହା ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟ୍ ରେ ଶେଷ ହେବ । ୧୨ଟା ୧୫ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ପରାଗର ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ । ଦିନ ୨ଟା ୧୦ମିନିଟ୍ ପର୍ଯ୍ୟନ୍ତ ପାକ ନିଷେଧ ଓ ଦେବନୀତି ବନ୍ଦ । ଭୁବନେଶ୍ବରରେ ଏହା ୧୦ଟା ୩୮ ମିନିଟ୍ ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ ମିନିଟରେ ଶେଷ ହେବ । ତେବେ ରାଜ୍ୟରେ ଆଶିଂକ ପରାଗ ଦୃଶ୍ୟମାନ ହେବ । ଓଡିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡାଇ ଦେବ । ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ଏକ ମିନିଟ୍ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ । ପୃଥିବୀ ଓ ସୂର୍ଯ୍ୟ ମଝିରେ ଗୋଟିଏ ସରଳ ରେଖାରେ ରହିବ ଚନ୍ଦ୍ର ।
ତେବେ କରୋନା ସଟ୍ ଡାଉନ୍ ଯୋଗୁଁ ଏହି ମହା ଜାଗତିକ ଦୃଶ୍ୟକୁ ଏଥର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ଦେଖି ପାରିବେନି ଦର୍ଶକ । ଲୋକେ କିଭଳି ଘରେ ବସି ସୂର୍ଯ୍ୟପରାଗର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖି ପାରିବେ ସେନେଇ ପ୍ଲାନେଟୋରିୟମ ପକ୍ଷରୁ ଅନଲାଇନ୍ ବ୍ୟବସ୍ଥା ହୋଇଛି । ପରାଗକୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି । ଦୂରବିକ୍ଷୀଣ ଯନ୍ତ୍ର, ବାଇନାକୁଲାର, ହଳଦି ପାଣି, କଳା ଚଷମା, କଳା କାଚ ମାଧ୍ୟମରେ ସୂର୍ଯ୍ୟପରାଗ ଦେଖିପାରିବେ ।

ରିପୋର୍ଟ – ପ୍ରିୟମ୍ବଦା ନାୟକ