ଓଡ଼ିଆ ଆଲ୍‌ବମ୍‌ କୁଇନ୍‌ ଦୀପା ସାହୁ ଅସୁସ୍ଥ: ଦୀର୍ଘଦିନ ଧରି ସେ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି

ଓଡ଼ିଆ ଆଲବମ ରେ ଏହି ଅଭିନେତ୍ରୀ ଲୋକଙ୍କ ମନୋରଞ୍ଜନ କରିଆସୁଥିଲେ। କିନ୍ତୁ ଆଜି ଜୀବନ ସହିତ କରୁଛନ୍ତି ସଗ୍ରାମ । ସେ ହେଉଛନ୍ତି ଅଭିନେତ୍ରୀ ଦୀପା ସାହୁ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥିିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସେ ଓଭାରି କ୍ଯାନସରରେ ପୀଡିତ ଥିବା ବେଳେ ଅତ୍ଯଧିକ ରକ୍ତ ସ୍ରାବ ହେଉଥିଲା । । ଅଭିନେତା ତଥା ବିଜେପି ନେତ‌ା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିବା ନେଇ ସୂଚନା ମିଳିଛି। ଚିକିତ୍ସା ପାଇଁ ଦୀପାଙ୍କ ପାଖରେ ଆବଶ୍ୟକୀୟ ଟଙ୍କା ନଥିବା କାରଣରୁ ଦୀପାଙ୍କ ଚିକିତ୍ସା ସକାଶେ ଅର୍ଥ ସହାୟତାର ନିବେଦନ କରାଯାଇଛି।

ସୂଚନା ଥାଉକି, ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ,‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା,ଏକରା ଏକରା ରା, ଭଳି ସୁପରହିଟ୍‌ ଆଲ୍‌ବମ୍‌ରେ ଦେଖିବାକୁ ମିଳିଥିଲା ଦୀପାଙ୍କ ଜଲଓ୍ୱା। ଆଲବମ୍‌ ବ୍ୟତୀତ ସେ କିଛି ଟେଲି ଧ‌ାରାବାହିକ ଓ ଓଡ଼ିଆ ସିନେମାରେ ବି ଦେଖିବାକୁ ମିଳିଛନ୍ତି। ତେବେ ଦୀପା ଶୀଘ୍ର ଆରେୋଗ୍ଯ ଲାଭ କରନ୍ତୁ ଏତିକି ହିଁ କାମନା ।

ରିପୋର୍ଟ – ସଂଘମିତ୍ରା ପଣ୍ଡା