ବାସୁଦେବପୁର ଏବିଭିପି ନଗର ଶାଖାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭଦ୍ରକ: ବର୍ତ୍ତମାନ କାର୍ଯ୍ୟବ୍ୟସ୍ତତା ଦୁନିଆରେ ପ୍ରତ୍ୟକଟି ମଣିଷ ନିଜ ଶରୀର ପାଇଁ କିଛି ସମୟ ବାହାର କରିବା ଉଚିତ | ସୁସ୍ଥ ରହିବାର ଗୋଟିଏ ମନ୍ତ୍ର ଯାହା ହେଉଛି ଯୋଗ, ଯୋଗ କରନ୍ତୁ ନିରୋଗ ରୁହନ୍ତୁ | ତେବେ ଗତକାଲି ବାସୁଦେବପୁର ଏବିଭିପି ନଗର ଶାଖା ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାସୁଦେବପୁର, କରଞ୍ଜ ଆଡିଆ, ମନ୍ଦାରୀ ଓ ସୁଦର୍ଶନପୁର ଆଦି ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆୟୋଜିତ କରାଯାଇଥିଲା, ଏଥିରେ ବିଦ୍ୟାର୍ଥୀ ପରିଷଦ ର ବିଭାଗ ସହ ପ୍ରମୁଖ ସୁବ୍ରତ କୁମାର ଧଳ , ଓ ପୂର୍ବତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ସୁରଦୀପ ମାହୁନ୍ତ ଙ୍କ ସମେତ ବିଦ୍ୟାର୍ଥୀ ପରିଷଦ ର ନଗର କାର୍ଯ୍ୟକର୍ତ୍ତା ମାନେ ଯୋଗ ଶିବିର କୁ ପରିଚାଳନା କରିଥିଲେ। ସୁସ୍ଥ ଏବଂ ନିରୋଗ ସାମାଜ ଗଠନରେ ଯୋଗ ଭୂମିକା ଏବଂ ଆବଶ୍ୟକତା ର ବାର୍ତ୍ତା ମଧ୍ୟ ଦେଇଥିଲେ।

ରିପୋର୍ଟ – ସଂଘମିତ୍ରା ପଣ୍ଡା