କଂଗ୍ରେସ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

କୋରାପୁଟ : ଗଲୱାନରେ ସହିଦ ଭାରତୀୟ ଯବାନଙ୍କୁ କୋରାପୁଟ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭାରତ ଚୀନ ସୀମାରେ ସହିଦ ହୋଇଥିବା ୨୦ଜଣ ଯବାନଙ୍କ ଶ୍ରଦ୍ଧାଞ୍ଜଳିରେ ବସଷ୍ଟାଣ୍ଡ ପରିସରରେ କେଣ୍ଡେଲ ଶୋଭାଯାତ୍ରା ହୋଇଥିଲା ।ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରାଯାଇଛି ।ଏହି ଅବସରରେ ବିଧାୟକ ପ୍ରାର୍ଥୀ କୃଷ୍ଣ କୂଳଦୀପ , ସାଂସଦ ପ୍ରତିନିଧି ବାବୁଲା ବେନିଆ , ପୂର୍ବତନ ନଗରପାଳ ଭଗବାନ ବାହିନୀପତି , ଯୁବ ନେତା ଯଥା ପଟାଙ୍ଗୀ ବ୍ଲକ ର ସାଂସଦ ପ୍ରତିନିଧି ରୂପକ ତୁରୁକ ସହ ପୌର ପରିଷଦ ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ , ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ସହିଦଙ୍କ ଉଦ୍ଦେଶ୍ୟ ରେ ଅଶ୍ରୁଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରିପୋର୍ଟ- ସୁନ୍ଦର କୁମାର ପାଣି