ପେଟ୍ରୋଲ , ଡିଜେଲ ପରେ ବଢ଼ିଲା ବସ ଭଡ଼ା, ସୂଚନା ଦେଲେ ଘରୋଇ ବସ ମାଲିକ ସଙ୍ଘ

ବଢିଲା ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଆଜିଠାରୁ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଭଡା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୩ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି କରାଯାଇଛି ।  
ପୂର୍ବରୁ ସାଧାରଣ ବସ୍ ଭଡା କିଲୋମିଟର ପିଛା ୬୭ ପଇସା ଥିଲା ଯାହା ଏଣିକି ୭୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୭୦ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡିଲକ୍ସ ବସ୍‌ ପୂର୍ବରୁ କିଲୋମିଟର ପିଛା ୯୫ ପଇସା ଥିଲା । ଯାହା ଏବେ ଠାରୁ ୧ଟଙ୍କା ୧ ପଇସା ହେବ ଏବଂ ଏସି ଡିଲକ୍ସ ବସ୍‌ର ଭଡା କିଲୋମିଟର ପିଛା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ରିପୋର୍ଟ – ପ୍ରିୟମ୍ବଦା ନାୟକ