ରଜକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ସୂଚନା ।

ଆମ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆଣିବା ଜରୁରୀ।
ନହେଲେ ନିଜେ ହଇରାଣ ହେବା, ପରିବାରକୁ ହଇରାଣରେ ପକାଇବା।
ରଜ ହେଉଛି ଏକ ସାଂସ୍କୃତିକ ପର୍ବ, ଘରେ ରହି ପାଳନ୍ତୁ।
ଘରେ ତାସ ଖେଳନ୍ତୁ, ଘରେ ଦୋଳିର ମଜା ନିଅନ୍ତୁ।
ବାହାରକୁ ଆସି ଏକତ୍ରିତ ହୁଅନ୍ତୁ ନାହିଁ।
ସାମାଜିକ ଦୂରତା ସବୁବେଳେ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ।
ଓଡିଶାରେ ଏଯାଏଁ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।
ଆଜି ୨୨୫ ପଜିଟିଭକୁ ନେଇ ଭୟଭୀତ ହୁଅନ୍ତୁନି।
ଚିହ୍ନଟ ୨୨୫ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ।
ବର୍ତ୍ତମାନ ଓଡିଶାରେ କରୋନା ଭଲ ସ୍ଥିତିରେ ରହିଛି।
ଏହି ସ୍ଥିତି ଜୁନ ଓ ଜୁଲାଇ ପ୍ରାରମ୍ଭ ଯାଏଁ ଜଟିଳ ରହିବ।