ଭାରତମାଳା ପରିଯୋଜନ ନିମନ୍ତେ କୋରାପୁଟ ଠାରେ ଏନ ଏଚ ଏଆଇ କାର୍ଯ୍ୟାଳୟ ସ୍ଥାପନ କରାଯାଉ: ଜିଲ୍ଲାପାଳ

କୋରାପୁଟ : କେନ୍ଦ୍ର ସରକାରଙ୍କ ଭାରତମାଳା ଓ କୋରାପୁଟ ବାଇପାସ ଏବଂ ଜୟପୁରଠାରୁ ବୋରିଗୁମା ବାଇପାସ କାର୍ଯ୍ୟକ୍ରମ ଅଗ୍ରଗତି ନିମନ୍ତେ ଏକ ବୈଠକ ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତମାଳା ଯୋଜନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ମହକୁମା ଥରେ ଭାରତର ରାଷ୍ଟ୍ରୀୟ ରାଜପଥ ପ୍ରଧିକାରୀ କାର୍ଯ୍ୟଳୟ ସ୍ଥାପନ କରିବାକୁ ଜିଲ୍ଲାପାଳ ବିଭାଗୀୟ ନିର୍ବାହଯନ୍ତ୍ରିକୁ ପରାମର୍ଶ ଦେଇଥିଲେ। କୋରାପୁଟ ବାଇପାସ କାର୍ଯ୍ୟ ନିମନ୍ତେ ରେଳବାଇ ଓ ଏନେ ଏଚ ଏ ଆଇ ୭ଦିନ ମଧ୍ୟରେ ସ୍ୱତନ୍ତ୍ର ବୈଠକ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ପରି ଜୟପୁର ବୋରିଗୁମା ବାଇପାସ ନିମନ୍ତେ ତୁରନ୍ତ ଆକଳନ କରି ବିଂଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟପୁର ଠାରୁ ବିଶାକାପାଟନାମ ରାସ୍ତା କୋରାପୁଟ ଜିଲ୍ଲାର ଦସମନ୍ତପୁର ବୋରିଗୁମା ,କୋରାପୁଟ ସେମିଳିଗୁଡ଼ା ଓ ପଟାଙ୍ଗୀ ତହସିଲ ଦେଇ ଯାଇଥିବା ବେଳେ ଏହାର ଦୁରତା ଦେଇଯାଉଥିବା ବେଳେ ଏହାର ଦୁରତା ୧୪୨ କିମି ରହିଛି ।ଉକ୍ତ ରାସ୍ତା ନିମନ୍ତେ ସର୍ଭେ କାର୍ଯ୍ୟ ସାରିଜସିଥିବା ଜଣାପଡିଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,
କୋରାପୁଟ ବନଖଣ୍ଡ ଅଧିକାରୀ ରୀଙ୍କୁ କୁମାରୀ ,ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଲବେହେରା , କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ,ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାନ୍ତି ଓ ଜିଲ୍ଲାର ସମସ୍ତ ତହସିଲଦାର ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଭୂଅର୍ଜନ ଅଧିକାରୀ ଟୁଲିଆମ୍ମା ପ୍ରଧାନ ଯୋଗ ଦେଇ ପରିଚାଳନା କରିଥିଲେ।

ରିପୋର୍ଟ- ସୁନ୍ଦର କୁମାର ପାଣି

କୋରାପୁଟ