ଟୁଇଟର ପ୍ରୋଫାଇଲରୁ ଭାଜପା ହଟାଇଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ

ବର୍ତ୍ତମାନ ଚର୍ଚ୍ଚା ଜ୍ୟୋତିରାଦିତ୍ୟ, କିଛି ମାସ ତଳେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ। ଏବେ ଦେଖିବାକୁ ମିଳିଛି କି ସେ ତାଙ୍କ ଟୁଇଟର ଆକାଉଣ୍ଟରୁ ‘ଭାଜପା’ ହଟାଇ ଜନତାଙ୍କ ସେବକ ଓ କ୍ରିକେଟ ପ୍ରେମୀ ଲେଖିଛନ୍ତି ।

ତେବେ ଏହାକୁ ନେଇ କିଛି ଲୋକଙ୍କ ମତ ଯେ ସିନ୍ଧିଆ ପ୍ରଥମରୁ ତାଙ୍କ ପ୍ରୋଫାଇଲରେ ଭାଜପା ରଖି ନ ଥିଲେ। ହେଲେ ଆଉ କିଛି ଲୋକ କହୁଛନ୍ତି ସେ ପୁଣିଥରେ ଦଳ ବଦଳ କରିପାରନ୍ତି। ସୂଚନାଅନୁସାରେ ସିନ୍ଧିଆ ୧୮ ବର୍ଷ କଂଗ୍ରେସରେ ରହିବା ପରେ ହୋଲି ସମୟରେ ଭାଜପାରେ ଯୋଗ ଦେଇଥିଲେ। ତେଣୁ ଏବେ ଯାହା ଆଲୋଚନା ହେଉଛି ତାହା ସତ ହୋଇପାରେ ବୋଲି କେହି କେହି କହୁଛନ୍ତି |

livekalinga bureau

new delhi