ଖତ ଖାଉଛି ୧୦୮ ଆମ୍ବୁଲାନ୍ସ

କୋରାପୁଟ: ରାଜ୍ୟର ରୋଗୀ ମାନେ ହସ୍ପିଟାଲ ରେ ସୁରକ୍ଷିତରେ ଏବଂ ବିନା ମୂଲ୍ୟରେ ପହଞ୍ଚିବା ରାଜ୍ୟ ସରକାର ୧୦୮ ଆମ୍ବୁଲାନ୍ସ ର ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ତାହାର ରକ୍ଷଣାବେକ୍ଷଣ ,ମରାମତି ର ଅଭାବ ହେତୁ ଖତ ଖାଉଛି ୧୦୮ଆମ୍ବୁଲାନ୍ସ । ଏହି ପରି ଅଭାବନୀୟ ଦ୍ରୁଶ୍ୟ ଦେଖିବାକୁ ମିଳିଥିଲା ଜୟପୁର ସହର ର ମେଡିକାଲ ପରିସରରେ। ଏଠାରେ ଦିର୍ଘ ଦିନ ହେଲା ଏକ ଆମ୍ବୁଲାନ୍ସ ଟି ଭଙ୍ଗାଦଦରା ଅବସ୍ଥାରେ ପଡିରହିଛି। ଯାହା ଫଳରେ ରୋଗୀ ଙ୍କୁ ଚିକିତ୍ସା ପାଇଁ ନେବା ଓ ଆଣିବାରେ ଅସୁବିଧା ହେଉଛି ।
କୈଣସି ଗୁରୁତର ଅବସ୍ଥାରେ ଥିବା ରୋଗୀ ଙ୍କୁ ମଧ୍ୟ ଠିକ୍ ସମୟରେ ଜୟପୁର ମେଡିକାଲ ବା କୋରାପୁଟ ମେଡିକାଲ କୁ ନେବାକୁ ହେଲେ ଅନେକ କଷ୍ଟ ର ସମ୍ମୁଖୀନ ହେବାକୁ ପଡୁଛି। ଦୀପ ତଳ ଅନ୍ଧାର ଭଳି ଜୟପୁର ମେଡିକାଲ ରେ ସମସ୍ତ ଚିକିତ୍ସା ଉପକରଣ ଥିଲେ ମଧ୍ୟ ତାହା କୈଣସି କାମରେ ଲାଗୁନି। ବାଧ୍ୟ ହୋଇ ଡାକ୍ତର କୋରାପୁଟ କିମ୍ବା ଅନ୍ୟ ସହରକୁ ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଯାହା ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଯଥାରେ ଖର୍ଚ୍ଚାନ୍ତ ହୋଉଛନ୍ତି। ସରକାର ଯଦି ଏଥିପ୍ରତି ଦୃଷ୍ଟି ଦେଇଥାନ୍ତେ ତେବେ ରୋଗୀ ଉପକୃତହୋଇଥାନ୍ତେ ବୋଲି ସାଧାରଣରେ ଏହା ମତପ୍ରକାଶ କରିଥିଲେ।

ରିପୋର୍ଟ – ସୁନ୍ଦର କୁମାର ପାଣି