ଶ୍ରୀମନ୍ଦିରରେ ପହଞ୍ଚିଲେ ଏଏସଆଇ ଟିମ୍ : ଗର୍ଭଗୃହ , ନାଟମଣ୍ଡପ ଓ ଜଗମୋହନ ଯାଞ୍ଚ

ଶ୍ରୀମନ୍ଦିରରେ ଯାଞ୍ଚ ପାଇଁ ପହଞ୍ଚିଲେ ଏଏସଆଇର ଦୁଇଟି ଟିମ୍ । ଶ୍ରୀମନ୍ଦିରର ଗର୍ଭ ଗୃହ, ନାଟମଣ୍ଡପ ଓ ଜଗମୋହନ ମୁଖ୍ୟତଃ ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ପାଇଁ ଭାରା ବନ୍ଧା ଚାଲିଛି । ଏଏସଆଇର ଯାଞ୍ଚ ଟିମ୍ ରେ କ୍ୟାମେରା ଟିମ୍ ମଧ୍ୟ ସାମିଲ୍ ଅଛନ୍ତି । ଏମାନଙ୍କ ସହ ପୂର୍ତ୍ତ ବିଭାଗ ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ତଥା ଏଏସଆଇ କୋର୍ କମିଟି ସଦସ୍ୟ ଏନ ସି ପାଲଙ୍କ ଅଧ୍ୟକ୍ଷତାରେ ଟିମ୍ ଯାଞ୍ଚ କରୁଛନ୍ତି ।

ପୂର୍ତ୍ତ ବିଭାଗର ଚିଫ୍ ଇଞ୍ଜିନିଅର ବି କେ ତ୍ରିପାଠୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ୍ ହୋଇଛନ୍ତି । ଜଗମୋହନ, ନାଟ ମଣ୍ଡପ, ଗର୍ଭ ଗୃହ ଓ ଅନ୍ୟ ସବୁ ସ୍ଥାନକୁ ଯାଞ୍ଚ କରାଯିବ । କେମିକାଲ ୱାସ, ପ୍ଲାଷ୍ଟିଙ୍ଗ, ଡିପ୍ଲାଷ୍ଟିଙ୍ଗ ମଧ୍ୟ କରାଯିବ । ଫାଟ ଯାଞ୍ଚ କରାଯିବ, ତାକୁ ରିପେୟାର ମଧ୍ୟ କରାଯିବ ୯ ଦିନ ପର୍ଯ୍ୟନ୍ତ କାମ କରାଯିବ ।

ରିପୋର୍ଟ – ପ୍ରିୟମ୍ବଦା ନାୟକ