ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ଦୀପକ କୁମାର ବେହେରା

ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ଦୀପକ କୁମାର ବେହେରା । ସେ ଏହା ପୂର୍ବରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିଲେ l ପ୍ରଫେସର ବେହେରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହିତ ଅତିରିକ୍ତ ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ବ ନିର୍ବାହ କରିବେ ବୋଲି ସୂଚନା ମିଳିଛି।
ପ୍ରଫେସର ବେହେରା ଆସନ୍ତା ଜାନୁଆରୀ ୧୭ ତାରିଖରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ଥାୟୀ କୁଳପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସେ ଆସନ୍ତା ସୋମବାର ଦିନଠୁ ଦାୟିତ୍ବ ଗ୍ରହଣ କରିବେ l ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବର୍ତ୍ତମାନର କୁଳପତି ଭାବେ ନିଜ ଅଭିଜ୍ଞତାକୁ ବିନିଯୋଗ କରି ସେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ମୂଳଦୁଆକୁ ମଜବୁତ କରିବା ପାଇଁ ଚେଷ୍ଟା  କରିବେ ଏବଂ ତାସହିତ ସବୁ ଉପଲବ୍ଧ ସମ୍ବଳର ବିନିଯୋଗ କରି ଏହି ନୂତନ ବିଶ୍ଵବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ତାଙ୍କର ଲକ୍ଷ୍ୟ ହେବ ବୋଲି ପ୍ରଫେସର ବେହେରା ମତ ପ୍ରକାଶ କହିଛନ୍ତି ।
ବଲାଙ୍ଗୀର(ରିପୋର୍ଟ – ସୁବ୍ରତ ମାହାକୁର )