ପିତୃ ଦିବସରେ ନଜର ଆସିଲା ପୁଅର ନିଷ୍ଠୁରତା

ପିତୃ ଦିବସରେ ଅମାନବୀୟ କାଣ୍ଡ। ବୃଦ୍ଧ ବାପାଙ୍କୁ ତଡି ଦେଲେ ପୁଅମାନେ। ଶେଷରେ ଦୁଆର ଦୁଆର ବୁଲି ଭିକ ମାଗି ନିଜ ପେଟ ପୋଷୁଛନ୍ତି ବୃଦ୍ଧ। ଆଜି ପିତୃ ଦିବସ। ସୋସିଆଲ ମିଡିଆରେ ବାପାଙ୍କ ସହ ମାଳ ମାଳ ଫଟୋ। କିନ୍ତୁ ଏହି ସମୟରେ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ନାଳରେ ପଡ଼ିଥିବା ବାପାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଝିଅ ଓ ନାତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ପୁଣି କୌଣସି ବାହାର ଲୋକେ ନୁହଁନ୍ତି। ଖୋଦ୍‌ ବୃଦ୍ଧଙ୍କ ପୁଅ ସେମାନଙ୍କୁ ମରଣାନ୍ତ ଆକ୍ରମଣ କରିଛନ୍ତି।

ଆଜି ସମଗ୍ର ବିଶ୍ବ ପିତୃ ଦିବସ ପାଳନ କରୁଥିବା ବେଳେ  ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡା ଗ୍ରାମରେ । ପାଣି ନାଳରେ ପଡି ଯାଇଥିବା ଅସୁସ୍ଥ ବୃଦ୍ଧ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ  ଭାଇଙ୍କ ଅକ୍ରୋଶର ଶିକାର ହୋଇଛନ୍ତି ଜଣେ ଭଉଣି ଓ ଭଣଜା । ଖବର ନେବାରୁ ଜଣାପଡିଛି ଯେ କୁରୁଡା ଗ୍ରାମର ବାଞ୍ଛାନିଧି ବେହେରା (୮୩) ଦିର୍ଘ ଦିନଧରି ଅସୁସ୍ଥ ଥିବାରୁ ପୁଅ ମାନେ ବାପାକୁ ଘରୁ ବାହାର କରିଦେଇଥିଲେ। ବୃଦ୍ଧ ଜଣକ ବାହାରେ ମାଗି ଯାଚି ଖାଉଥିଲେ ।

        ଆଜି ଅସୁସ୍ଥ ବୃଦ୍ଧ ଜଣକ ନିଜ ଗ୍ରାମରେ ଥିବା ଏକ ପାଣି ନାଳରେ ପଡି ଯାଇଥିଲା ବେଳେ ତାଙ୍କ ଝିଅ ବାସନ୍ତି ଏବଂ ନାତି ଆଶିଷ ତାଙ୍କୁ ପାଣି ନାଳରୁ ଉଦ୍ଧାର କରୁଥିଲା ବେଳେ ତାଙ୍କ ଦୁଇ ପୁଅ ଉତ୍‌କ୍ଷିପ୍ତ ହୋଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବାଡି, ଦାଆ ଏବଂ ସାବଳରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗ୍ରାମବାସୀ ଝିଅ ଏବଂ ନାତିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସୋର ହସ୍ପିଟାଲକୁ ପଠାଇଛନ୍ତି । ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି ।
     

ରିପୋର୍ଟ – ପ୍ରିୟମ୍ବଦା ନାୟକ