ଥମୁନି ଶ୍ରମିକଙ୍କ ଦୁଃଖ

କୋରାପୁଟ: ତାମିଲନାଡୁ ରେ କାମକରୁଥିବା ୧୨ ଜଣ ଶ୍ରମିକ ଏକ ବସ ଭଡା କରି ଆଜି କୋରାପୁଟ ପହଞ୍ଚିଛନ୍ତି । ତେବେ ସେମାନେ ତାମିଲନାଡୁର ଏକ ଘରୋଇ କମ୍ପାନୀରେ ବିଭିନ୍ନ ପ୍ରକାର କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣ କୋରାପୁଟ ଜିଲ୍ଲା ବୈପାରିଗୁଡାରରୁ ହୋଇଥିବାବେଳେ ୩ ଜଣ ନବରଙ୍ଗପୁର ଉମରକୋଟରୁ ବୋଲି ଜଣାପଡିଛି । ବୈପାରିଗୁଡାର ୯ ଜଣ କୋରାପୁଟ ସଂଘରୋଧ କେନ୍ଦ୍ରରେ ରହିଥିବାବେଳେ ଉମରକୋଟର ୩ ଜଣଙ୍କୁ ନିଜ ଅଞ୍ଚଳକୁ ଫେରିଯିବାକୁ କୁହାଯାଇଥିବାରୁ ସେମାନେ ନିଜ ଅଞ୍ଚଳକୁ ଫେରିବା ପାଇଁ ବହାରିଥିଲେ । ସେମାନେ ତାମିଲନାଡୁର ର ଏକ ବସ ଯୋଗେ ୧୯ ତାରିଖରେ ଦିନ୧ ରେ ବହାରିଥିବାବେଳେ ଆଜି କୋରାପୁଟ ପହଞ୍ଚିଥିଲେ । ସେମାନଙ୍କ ଦରମା ୮ ମାସରୁ ମିଳି ନଥିବା ବେଳେ ସେମାନଙ୍କ ବକେୟା ଦରମାରୁ କମ୍ପାନୀ ଗାଡିଭଡ଼ାକରି କୋରାପୁଟ ପଠେଇଛନ୍ତି ବୋଲି ଫେରିଥିବା ଶ୍ରମିକ ମାନେ ସୂଚନା ଦେଇଛନ୍ତି । ବସ ଟି କୋରାପୁଟ ଯାଏଁ ହି ଭଡା ହୋଇଥିବାହେତୁ ଶ୍ରମିକ ନିଜ ବ୍ଲକକୁ ଯାଇପାରିନାହାନ୍ତି ତେଣୁ କୋରାପୁଟ ପ୍ରବାସୀ ଓଡ଼ିଆଙ୍କୁ ଆଶ୍ରୟସ୍ଥଳ ନିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ୯ ପ୍ରବାସୀ ଙ୍କୁ ନିଜ ବ୍ଳକ କୁ ପଠାଇବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ – ସୁନ୍ଦର କୁମାର ପାଣି