ଏବର୍ଷ ହେବନି ଶ୍ରୀକ୍ଷେତ୍ର ରେ ଘୋଷଯାତ୍ରା: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଏଥର ହେବନି ରଥଯାତ୍ରା, ଭକ୍ତ ଓ ଭଗବାନଙ୍କ ମିଳନ ରେ କରୋନା ସାଜିଲା ବାଧକ | ସ୍ତବ୍ଧ ହୋଇଗଲେ ଜଗନ୍ନାଥ ପ୍ରେମୀ | ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଚଳିତ ବର୍ଷ ପାଇଁ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୩ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରାକୁ ସ୍ଥଗିତ ରଖିବାକୁ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିକୁ ନେଇ ଗଠିତ ପୀଠ ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ।

ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବାବେଳେ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ରିପୋର୍ଟ – ସଂଘମିତ୍ରା ପଣ୍ଡା