କାଳ ହେଲା ଟିକ୍‌ଟକ୍‌ ନିଶା।ରଜ ମଉଜ ବେଳେ ନଦୀରେ ଭାସିଗଲେ ଯୁବକ।

କାଳ ହେଲା ନଦୀ ଭିତରେ ପଶି ଟିକ୍‌ଟକ୍‌ କରିବା। ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏହି ଅଘଟଣ ଘଟିଛି। ମୃତ ଯୁବକଙ୍କ ନାଁ ସେଖ୍ ସଚିଉଦ୍ଦିନ୍।
ସୂଚନା ଅନୁଯାୟୀ, ରଜ ଉପଲକ୍ଷେ ଗତକାଲି ବ୍ରାହ୍ମଣୀ ନଦୀ ନାହିଆଡିଆ କୂଳକୁ ସେଖ୍ ସଚିଉଦ୍ଦିନ୍ ତାଙ୍କର ୩ ଜଣ ସାଙ୍ଗ ସହ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ସେମାନେ ନଦୀ ଭିତରେ ପଶି ଟିକ୍‌ଟକ୍‌ ଭିଡିଓ ଶୁଟିଂ କରୁଥିଲେ। ତେବେ ଅସାବଧାନତା ଯୋଗୁ ସେଖ୍ ସଚିଉଦ୍ଦିନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ପଛକୁ ଓଲଟି ପଡ଼ି ପାଣିରେ ବୁଡ଼ି ଯାଇଥିଲେ।ତାଙ୍କୁ କେନ୍ଦ୍ରାପଡ଼ା ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।