ବିପ୍ର ଫାଉଣ୍ଡସନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

ବିପ୍ର ଫାଉଣ୍ଡସନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା । କଂଟାବାଞ୍ଜି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ଏବଂ ଥାନା ଅଧିକାରି ସତ୍ୟଜିୟ କଣ୍ଡେଲକର କରୋନା ମାହାମାରି ସମୟରେ ଦିନ ରାତି ଏକ କରି ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ନିୟମକୁ ଲୋକେ ଠିକ ଭାବରେ କେମିତି ପାଳନ କରିବେ ସେ ନେଇ କାମ କରି ସହରରେ ଶାନ୍ତି ବଜାୟ ରଖିଛନ୍ତି । କୌଣସି ପ୍ରବାସୀ ଓଡିଶା କଂଟାବାଞ୍ଜି ସହର ଅତିକ୍ରମ କଲେ ସେମାନଙ୍କ ଖାଇବା ପିଇବା ସହ ରହିବା ବ୍ୟବସ୍ଥା ଶିଘ୍ର ହେଇ ପାରିବ ସେନେଇ ମଧ୍ୟ ଏହି ଅଧିକାରି କାମ କରୁଛନ୍ତି । ସରକାର ପୋଲିସ କର୍ମଚାରିଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିବା ବେଳେ ବିପ୍ର ଫାଉଣ୍ଡସନ ପକ୍ଷରୁ ସମ୍ବଦ୍ଧନା ଦେଇଛନ୍ତି । ଫାଉଣ୍ଡସନର ଓଡିଶା ଉପାଧ୍ୟକ୍ଷ ପବନ ଶର୍ମା, କାର୍ଯ୍ୟକାରଣି ବୋର୍ଡ ସଦସ୍ୟ ମନୋଜ ଶର୍ମା, କଂଟାବାଞ୍ଜି ଶ୍ରୀ ବ୍ରାହ୍ମଣ ସମାଜ ପୁର୍ବ ସଭାପତି ରାଜୁ ଶର୍ମା, ରମେଶ ଶର୍ମା, ଅରୁଣ ଶର୍ମା ପ୍ରମୁଖ ଏସଡିପିଓ କାର୍ଯ୍ୟାଳୟ ପହଂଚି ସେଠାରେ ଏସଡିପିଓ ଏବଂ ଥାନା ଅଧିକାରିଙ୍କୁ ମାନପତ୍ର ଦେବା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

ରିପୋର୍ଟ – ସୁବ୍ରତ ମାହାକୁର

ବଲାଙ୍ଗୀର