ପିଜି ଏବଂ ୟୁଜିସି ପରୀକ୍ଷା ବାତିଲ କରିବାକୁ ଦାବି

() ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବିଶ୍ୱବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରୀ । ପୂର୍ବ ନିଷ୍ପତି ଅନୁସାରେ ଜୁନ୍ ୨୫ରେ ପରୀକ୍ଷା ହେବାରଥିଲା । କରୋନା ସମୟରେ ପରୀକ୍ଷା କରିବା ଦ୍ୱାରା ସାମାଜିକ ଦ୍ୱୁରତ୍ୱ ରକ୍ଷା ସମ୍ଭବ ହେବ ନାହିଁ । ବର୍ତମାନ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରୀ ବାହାର ରାଜ୍ୟରେ ଫସି ରହିଥିବାରୁ ସେମାନେ ଓଡିଶା ଆସି ପରୀକ୍ଷା ଦେବା ଅସମ୍ଭବ । ଅନ୍ୟପକ୍ଷେ ବିଶ୍ୟବିଦ୍ୟାଳୟ ଅଧୀନରେ ପାଖାପାଖି ୨୦୦ ଭିନ୍ନକ୍ଷମ ଛାତ୍ରୀ ପାଠପଢୁଥିବାରୁ ସାମାଜିକ ଦୂରତା ସଂପୂର୍ନ୍ନ ୍‌ଅସମ୍ଭବ । ଏଥିପାଇଁ କତୃପକ୍ଷ ପରୀକ୍ଷା ବାତିଲ୍ କରନ୍ତୁ ନଚେତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ରଖିଛନ୍ତଛାତ୍ରୀ । ସେପଟେ କୁଳପତି କହିଛନ୍ତି ଆମେ ଏନେଇ ଆଲୋଚନା ଜାରି ରଖିଛୁ । ଜୁନ୍ ବଦଳରେ ଜୁଲାଇରେ ପରୀକ୍ଷା କରିବାକୁ ନିଷ୍ପତି ନେବୁ ।