୪ ପଞ୍ଚାୟତ ସଟ୍‌ଡାଉନ୍‌ ଘୋଷଣା

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ରାଜ୍ୟର ୪ଟି ପଞ୍ଚାୟତରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ‌ସ୍ଥାନୀୟ ସରପଞ୍ଚ।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ବୁରୁଝୁରୀ ପଞ୍ଚାୟତକୁ ୭ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡ଼ା। ଗତ ତିନି ଦିନରେ ସ୍ଥାନୀୟ ୪ଜଣ ଏବଂ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଜଣଙ୍କୁ କୋଭିଡ୍ ହସ୍ପିଟାଲ ନିଆଯିବା ପରେ ସରପଞ୍ଚ ଏହି କଟକଣା ଜାରି କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ ଗଙ୍ଗପଡ଼ା ପଞ୍ଚାୟତରେ ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭାତଖୁରୀ ଏବଂ ଗଙ୍ଗପଡ଼ାକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଗୀତାଞ୍ଜଳି ମହାରଣା। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ର ୨ଟି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ସ୍ଥାନୀୟ ଜଣେ ବ୍ୟକ୍ତି ୧୪ ଦିନିଆ କ୍ୱାରେଣ୍ଟିନ୍‌ରେ ରହି ଫେରିବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଏହି କଟକଣା ଜାରି କରାଯାଇଛି।

ବାଙ୍କୀ ବ୍ରହ୍ମପୁରା ପଞ୍ଚାୟତର ୧ ନମ୍ବର ଓ୍ୱାର୍ଡରୁ ୧୬ ନମ୍ବର ଓ୍ୱାର୍ଡ ପରିସୀମାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସ୍ଥାନୀୟ କ୍ୱାରେଣ୍ଟିନ୍‌ ସେଣ୍ଟରକୁ ଯାଉଥିବା ସରପଞ୍ଚଙ୍କ ଜଣେ ସହଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା ସୂଚନା ମିଳିଛି |

ରିପୋର୍ଟ – ସଂଘମିତ୍ରା ପଣ୍ଡା