ବୃଦ୍ଧା ଦମ୍ପତିଙ୍କ ପାଇଁ ଭତ୍ତା ସାତ ସପନ

କୋରାପୁଟ : କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ର ପାଇକ ଫୁଲବେଡ଼ା ଗ୍ରାମପଞ୍ଚାୟତ ର ଓଡ଼ପୁର ଗ୍ରାମର ଲଚମନ ଗୌଡ଼ ଏବଂ ଚନ୍ଦ୍ରମା ଗୌଡ଼ ବୟସ ର ଅପରାହ୍ନରେ ପହଞ୍ଚିଥିଲେ ବି ସରକାରୀ ଭତ୍ତା ରୁ ବଞ୍ଚିତ ହୋଇଛନ୍ତି ।ଉଭୟଙ୍କ ବୟସ ୬୦ବର୍ଷ ରୁ ଅଧିକ। ଆବଶ୍ୟକୀୟ କାଗଜପତ୍ର ଧରି ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଆବେଦନ କରିଛନ୍ତି ତଥାପି ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନାହିଁ ।

ଏହି ଦମ୍ପତି କହିଛନ୍ତି ଏକ ବର୍ଷ ହେଲାଣି ପଲ୍ଲୀସଭା ଓ ଗ୍ରାମସଭା ରେ ପଞ୍ଜୀକୃତ କରିଛୁ, କାଗଜପତ୍ର ଧରି ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଛୁ। ତେବେ ଭତ୍ତା ଆମ ପାଇଁ ସାତ ସପନ ପାଲଟିଛି । କୁଲି ମଜୁରୀରୁ ଯାହା ରୋଜଗାର ହେଉଛି ପୁଣି ଅଳ୍ପ ଜମିରେ ଚାଷ କରି ଯାହାକିଛି ମିଳେ ସେଥିରେ ଚଲିଯାଉଛୁ | ସରକାରୀ ଭତ୍ତା ପାଇଁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇଛୁ ଆମ ଠାରୁ କମ ବୟସ ର ଲୋକେ ଭତ୍ତା ପାଉଛନ୍ତି ତେବେ ଆମକୁ କାହିଁକି ବଞ୍ଚିତ କରାଯାଇଛିବୋଲି ସେ ଅଭିଯୋଗ ଆଣିଛନ୍ତି । କାରଣ ନିଜେ ପଞ୍ଚାୟତ କର୍ମଚାରୀଙ୍କୁ ସମସ୍ତ କାଗଜ ପତ୍ର ଦେଇଛନ୍ତିବୋଲି ସେ କହିଛନ୍ତି |

ରାଜ୍ୟ ରେ କେହିବି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ନ ରୁହନ୍ତୁ ବୋଲି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ତାଗିତ କରିଥିଲେ ମଧ୍ୟ ଲୋକେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । କାହା ଅବହେଳା ଯୋଗୁଁ ଆଜି ବୃଦ୍ଧ ଦମ୍ପତି ଭତ୍ତା ପାଇବାରୁ ବଞ୍ଚିତ । ଏ ସମ୍ପର୍କ ପଞ୍ଚାୟତ ନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ବ୍ଲକ କାର୍ଯ୍ୟାଳୟକୁ ଆସି ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ କଲେ ସରକାର ନିୟମଅନୁଯାଇ ପଦକ୍ଷେପ ନିଆଯିବ ବୋଲି ବ୍ଲକ ମଙ୍ଗଳ ଅଧିକାରୀ ଗୌତମ କେମେଲ କହିଛନ୍ତି।

ରିପୋର୍ଟ – ସୁନ୍ଦର କୁମାର ପାଣି