ଆଜିଠୁ ପୁଣି ଦେଖିବାକୁ ସୁଯୋଗ ମିଳିବ ଆପଣଙ୍କ ପ୍ରିୟ ଓଡ଼ିଆ ମେଗା ଧାରାବାହିକ ଗୁଡିକ –

ଓଡ଼ିଆ ଦର୍ଶକ ମାନଙ୍କର ଦୀର୍ଘ ଦିନର ଅପେକ୍ଷା ପରେ ପୁଣି ଦେଖିବାକୁ ସୁଯୋଗ ମିଳିବ ସେମାନଙ୍କର ପ୍ରିୟ ମେଗା ଧାରାବାହିକ ଗୁଡିକ, ମହାମାରୀ କରୋନା ଯୋଗୁ ଦୀର୍ଘଦିନ ହେବ ବନ୍ଦ ହୋଇ ରହିଥିବା ଓଡ଼ିଆ ମେଘା ଧାରାବାହିକ ପୁଣି ଆରମ୍ଭ ହେବ ଆଜିଠାରୁ ।

ମନୋରଞ୍ଜନ ଧର୍ମୀ ଚ୍ୟାନେଲ ଗୁଡିକରେ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି ମେଗା ଧାରାବାହିକ, ଦର୍ଶକ ମାନଙ୍କ ପାଇଁ ଯାହା ଖୁସି ଖବର,ସେମାନଙ୍କର ଲୋକପ୍ରିୟ ଧାରାବାହିକ ପ୍ରସାରିତ ହେବ ପୂର୍ବ ନିର୍ଧାରିତ ସମୟ ରେ ।

କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ସୁଟିଂ ବନ୍ଦ ରହିଥିଲା, ଏବେ ପୁଣି ଥରେ ସୁଟିଂ ଫ୍ଲୋରକୁ ଫେରିଛି । ଧାରାବାହିକ ସୁଟିଂ ବେଳେ ସରକାରଙ୍କ ସମସ୍ତ ଗାଇଡ୍ ଲାଇନକୁ ପାଳନ କରାଯାଇଛି । ଷ୍ଟୁଡିଓକୁ ସାନିଟାଇଜ୍ କରାଯିବା ସହ ବାରମ୍ବାର ସବୁନ ଓ ସାନିଟାଇଜରରେ ହାତ ସଫା କରିବା, ମାସ୍କ ଲଗାଇବା, ସାମାଜିକ ଦୂରତା ବଜାୟ ରଖିବା ନିୟମ ମଧ୍ୟ ପାଳନ କରାଯାଇଛି ।

ରିପୋର୍ଟ – ସଂଘମିତ୍ରା ପଣ୍ଡା