ଅଜୟ ଦେବଗନଙ୍କ ମହାନତା ,କରୋନା ସଙ୍କଟରେ ଅସହାୟଙ୍କୁ ବଢ଼ାଇଲେ ସହାୟତାର ହାତ

  ମହାମାରୀ କରୋନା ଯୋଗୁଁ ସମଗ୍ର ଦେଶ ଉତ୍ପୀଡିତ । ଏହି ସମୟରେ ସମ୍ପୂର୍ଣ୍ଣ ଦେଶ ଲକ୍ ଡାଉନ୍ ରହିଥିବାବେଳେ ଅନେକ ଲୋକ ରୋଜଗାର ହରାଇ ଭୋକ ଉପାସରେ ଜୀବନ କାଟୁଛନ୍ତି । ବହୁ ରାଜନେତା , ସେଲିବ୍ରେଟି ମାନେ ମଧ୍ୟ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସମାନ ଢଙ୍ଗରେ ବଲିଉଡ୍ ଅଭିନେତା ଅଜୟ ଦେବଗନ ମୁମ୍ବାଇ ଧାରାବି ଅଞ୍ଚଳରେ ନିଜର ଯୋଗଦାନ କରିଛନ୍ତି । ବିରଲ ଭୟାନିଙ୍କ ଅଫିସିଆଲ ଇନ୍ସଟାଗ୍ରାମ ପେଜରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଜୟ ଦେବଗନ ଗୋପନ ଭାବେ ଦାନ କରିଛନ୍ତି । ପୋଷ୍ଟ ଅନୁଯାୟୀ, ସେ ଧାରାବି ହସ୍ପିଟାଲ ପାଇଁ ୨୦୦ ବେଡ଼, ଅକ୍ସିଜେନ ସିଲିଣ୍ଡର ଓ ଭେଣ୍ଟିଲେଟର ଯୋଗାଇଛନ୍ତି । କରୋନାର ସଂକ୍ରମଣ ସ୍ଥଳ ଏହି ଧାରାବି ଅଞ୍ଚଳରେ ମୁମ୍ବାଇ ମହାନଗର ନିଗମ ୧୫ ଦିନରେ ଅଲଗା ହସ୍ପିଟାଲ ଆରମ୍ଭ କରିଛି । ଅଜୟ ଦେବଗନ ଧାରାବିର ୭୦୦ ପରିବାରଙ୍କୁ ରାସନ ମଧ୍ୟ ଯୋଗାଇଛନ୍ତି ।
                  ଲକଡାଉନ ଯୋଗୁଁ ଅଜୟ ଦେବଗନ ମଧ୍ୟ ଘରେ ନିଜ ପରିବାର ସହ ସମୟ କାଟୁଛନ୍ତି । ସୋସିଆଲ ମିଡ଼ିଆ ଜରିଆରେ ସେ ସାଧାରଣ ଜନତାଙ୍କୁ ଲଗାତାର ସଚେତନତା ବାର୍ତ୍ତା ଦେଉଛନ୍ତି । ଏହା ପୂର୍ବରୁ ଲକଡାଉନ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିନ ମଜୁରୀ କରୁଥିବା କର୍ମଚାରୀଙ୍କୁ ସହାୟତା କରିବା ପାଇଁ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଙ୍କୁ ୫୧ ଲକ୍ଷ ଟଙ୍କା ଦାନ କରିଥିଲେ ଅଜୟ ଦେବଗନ ।
ରିପୋର୍ଟ - ପ୍ରିୟମ୍ବଦା