ପାଣିର ସଙ୍କଟ, ଚୁଆ ପାଣି ହିଁ ବଞ୍ଚିବାର ଏକମାତ୍ର ମାଧ୍ୟମ

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡ଼ ଗ୍ରାମପଞ୍ଚାୟତ ର ମଇନାମାଲ ଗ୍ରାମ ଆଦିବାସୀ ସାହିରେ ସ୍ୱଚ୍ଛ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ୪୦ଗୋଟି ପରିବାର। ପରଜା ସମ୍ପ୍ରଦାୟର ୪୦ଗୋଟି ପରିବାର ବସବାସ କରନ୍ତି। ସାହିରେ ଗୋଟିଏ ମାତ୍ର ନଳକୂପ ରହିଥିବା ବେଳେ ୪୦ପରିବାର ପାଣି ନିଅଣ୍ଡ ହେଉଥିବା ଜଣାପଡିଛି।କାରଣ ନଳକୂପ ରୁ ଦୁଇ ତିନି ହାଣ୍ଡି ପାଣି ବାହାରିଲା ପରେ ୧୫ ରୁ୨୦ ମିନିଟ ଅପେକ୍ଷା କରିବାକୁ ପଡିଥାଏ । କୋରୋନା ଲକଡାଉନ୍ ସମୟରେ ସମସ୍ତେ ଘରେ ରହୁଛନ୍ତି ପୁଣି ଲକଡାଉନ୍ ପୂର୍ବରୁ ପ୍ରାୟ ସମସ୍ତେ ବାହାରୁ ଫେରି ନିଜ ଗ୍ରାମରେ ଥିବା ହେତୁ ପାଣି ବହୁତ ପରିମାଣ ରେ ଆବଶ୍ୟକ ପଢୁଛି। ତେଣୁ କରି ସାହି ପାଖ ପାହାଡ଼ ତଳୁ ଚୁଆଁ ପାଣି ପିଇବାକୁ ପୁଣି ରନ୍ଧା କାର୍ଯ୍ୟ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ସମିତି ସଭ୍ୟ ,ସରପଞ୍ଚ ପଲ୍ଲୀ ,ଗ୍ରାମସଭା , ଏସଏସ କାର୍ଯ୍ୟାଳୟ ,ବ୍ଲକ ପ୍ରଶାସନକୁ ଅନେକ ଥର ଗୁହାରିକରି ନିରାଶ ହୋଇଛନ୍ତି। ସାହି ଠାରୁ ଜଙ୍ଗଲୀ ବାଟ ଦେଇ ଯାଇ ଆଦିବାସୀ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଥିବା କହିଛନ୍ତି।ସନ୍ଧ୍ୟା ହେଲେ ପାଣି ସଂଗ୍ରହ କରିବାକୁ ଯାଇ ପାରନ୍ତି ନାହିଁ ।କାରଣ ବନ୍ୟା ଜନ୍ତୁ ର ଭୟ ଥାଏ ।ଏହି ପାଣି ପିଇ ଆଦିବାସୀ ସାହିର ଲୋକେ ଅନେକ ରୋଗ ରେ ଆକ୍ରାନ୍ତ ହେଉଛନ୍ତି।କିନ୍ତୁ ସେମାନଙ୍କର କଥା କେହି ଶୁଣୁନଥିବାରୁ ବାଧ୍ୟ ହୋଇ ଏଭଳି ପାଣି ବ୍ୟବହାର କରୁଥିବା କ୍ଷୋଭଭରା କଣ୍ଟରେ କହିଛନ୍ତି।ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ର ସୋଲାର ଚଳିତ ପାଣି ଟାଙ୍ଗି ଅଛି ତିନି ବର୍ଷ ହେଲା ଟାଙ୍କି ପାଣି ପାଇବାରୁ ବଞ୍ଚିତ ସାହିବସିନ୍ଦା। କାରଣ ସ୍ଥାନେ ସ୍ଥାନେ ପାଇପ ଫାଟି ଯାଇଛି ଏବଂ ପାଣି ଛଡା ଯିବା ଚାବି ନଷ୍ଟ ହୋଇଥିବା ସ୍ଥାନୀୟ ଅଙ୍ଗନବାଡି ଦିଦି କହିଛନ୍ତି।
ପୂର୍ବତନ ସରପଞ୍ଚ ବଳରାମ ଯାନୀ କହନ୍ତି ମୋ ଅମଳରେ ମଧ୍ୟ ବ୍ଲକ ପ୍ରଶାସନ ଜାଣିଥିଲି। କୌଣସି ପ୍ରକାର ସହାୟତା ମିଳିନାହିଁ କେବଳ ପ୍ରତିଶ୍ରୁତି ମିଳିଛି। ରାଜ୍ୟ ସରକାର ଗାଁ ଗାଁ କୁ ପାଣି ଯୋଗାଇ ଦେବାକୁ ବସୁଧା ଯୋଜନା କାହା ପାଇଁ ? ମଇନାମାଲ ର ଆଦିବାସୀ ସାହି ରେ
କେବେ ଖୋଲା ହେବ ନୂତନ ନଲକୂପ , କେବେ ମରାମତି ହେବ ଗ୍ରାମ୍ୟ ଜଳ ଯୋଗାଣ ସୋଲାର ଚାଳିତ ପାଣି ଟାଙ୍କି କେବେ ପାଇବେ ସ୍ୱଚ୍ଛ ପାଣି ।ସେ ଅପେକ୍ଷା ରେ ମଇନମାଲ ଗ୍ରାମ ପରଜା ସାହି ର ଆଦିବାସୀ ଲୋକେ। ମଇନମାଲ ପରଜା ସାହିରେ ପାଣିର ସମସ୍ୟା ସମ୍ପର୍କରେ ପାଇକଫୁଲବେଡା ଗ୍ରାମପଞ୍ଚାୟତ ର ନୋଡାଲ ଅଧିକାରୀ ତରୁଣ ନାୟକ ଯୋଗାଯୋଗ କରିବାରୁ ସେ କହନ୍ତି ଏକସେନପ୍ଲାନ ରଖା ଯାଇଛି ଲକଡାଉନ୍ ର ସମସ୍ୟା କୋହଳ ପରେ ନୂତନ ନଳକୂପ ଖୋଲା ଯିବ।

ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ