୪୭ ପରିବାରକୁ ଗୋଟିଏ ନଳକୂପ

କୋରାପୁଟ : ୪୭ ପରିବାର ଗୋଟିଏ ନଳକୂପ ଅଧିକାଂଶ ସମୟରେ କମ୍ ପାଣି ବାହାରୁଛି। ଗାଁ ଲୋକେ ବାଧ୍ୟ ହୋଇ ନାଳ ପାଣି ବ୍ୟବହାର କରୁଛନ୍ତି । ଘର କାମ ରେ ବି ନାଳ ପାଣି ଲାଗୁଛି। ଏହି ଘଟଣା କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତ ର ପୁରୀମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି।
ପୁରିମୁଣ୍ଡା ଗ୍ରାମରେ ୩୨ ପରିବାର ଆଦିବାସୀ ସମ୍ପ୍ରଦାୟର ଲୋକେ ଏବଂ ୧୫ପରିବାର ହରିଜନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏହି ଗ୍ରାମର କେତେକ ପରିବାର ଚାଷୀ କାର୍ଯ୍ୟ ଓ କେତେକ ଲୋକେ ଦିନ ମଜୁରିଆ ଭାବେ କାମ କରି ଜୀବନ ନିର୍ଭର କରିଥାନ୍ତି। ଗ୍ରାମପଞ୍ଚାୟତ ସଦର ମହକୁମାଠାରୁ ପ୍ରାୟ ୯ କିମି ଦୂରରେ ଅବସ୍ଥିତ ଏହି ଗ୍ରାମ। ଗ୍ରୀଷ୍ମଋତୁରେ ଜଳ ସଂକଟ ଦେଖାଯାଉଥିବା ହେତୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଚଳିତ ବର୍ଷ ମାର୍ଚ୍ଚ ମାସ ୨୯ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଖରା ଦିନକୁ ଆଖିଆଗରେ ଗ୍ରାମାଞ୍ଚଳରେ ପାନୀୟ ଜଳର ଅଭାବ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୁଣି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଯୋଗସୂତ୍ର ରକ୍ଷା କରି ସମସ୍ୟା ର ସମାଧାନ କରିବାକୁ ଜିଲ୍ଲାର ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ପରି ଅବହେଳା ୫ଟି ମୋ ସରକାର ଉପରେ ପ୍ରଶ୍ନ ଉଠୁଛି।
ଗ୍ରାମରେ ଗୋଟିଏ ନଳକୂପ ରହିଛି ଲୋକେ ପିଇବା ପାଣି ପାଇଁ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ପୁଣି ଗୋଟିଏ ନଳକୂପ ପାଇଁ ଦୀର୍ଘ ସମୟ ଧରି ଗ୍ରାମର ମହିଳା ମାନେ ଅପେକ୍ଷା କରନ୍ତି ତେବେ ବି ପିଇବା ପାଣି ପାଇ ପାରନ୍ତି ନାହିଁ ବୋଲି ଅନେକ ଥର ପଞ୍ଚାୟତରେ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା ୱାର୍ଡ ମେମ୍ବର ଗୌରୀ କନ୍ଧପାଙ୍ଗ କହିଛନ୍ତି।
ଗ୍ରାମର ବିଦ୍ୟାଳୟରେ ଗୋଟିଏ ନଳକୂପ ଥିବାବେଳେ ତାହା ମଟର ଦ୍ବାରା ବିଦ୍ୟାଳୟର ଟାଙ୍ଗି ସଂଯୋଗ କରାଯାଇଛି। ଗ୍ରାମର ମହିଳା ମାନେ ବହୁ କଷ୍ଟରେ ଗୋଟିଏ ଗୋଟିଏ ହାଣ୍ଡି ପାଣି ମିଳେ। ନଚେତ୍ ଗ୍ରାମପାଖରେ ଥିବା ନାଳ ପାଣି କୁ ଭରସା କରିଥାନ୍ତି। ହାଣ୍ଡି ବାସନ ,ଲୁଗାସଫା ,ଗାଧୁଆ ନାଳ ପାଣି ବ୍ୟବହାର କରିଥାନ୍ତି। ସରକାର ଙ୍କ ନିୟମ ଅନୁଯାୟୀ ଗ୍ରାମରେ ଆଉ ଗୋଟିଏ ନଳକୂପ ଖୋଳିବାକୁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ଜଣାଇଛନ୍ତି ତେବେ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳି ନାହିଁ।ଏହି ପରିସ୍ଥଳେ ତୁରନ୍ତ ଏହାର ସମାଧାନ ନ ହେଲେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

ରିପୋର୍ଟ- ସୁନ୍ଦର କୁମାର ପାଣି #କୋରାପୁଟ

Leave a Reply

Your email address will not be published. Required fields are marked *