ସରକାରୀ ସହାୟତା କୁ ଅପେକ୍ଷା ନ କରି ପାନୀୟ ଜଳ ପାଇଁ କୂଅ ଖୋଳି ଉଦାହରଣ ସାଜିଲେ କୋରାପୁଟ ର ଆଦିବାସୀ ସମ୍ପ୍ରଦାୟ

ସରକାରୀ ସହାୟତା କୁ ଅପେକ୍ଷା ନ କରି ଗ୍ରାମର ୧୦ ପରିବାର ପାନୀୟ ଜଳ ପାଇଁ ନିଜେ ୫୦ଫୁଟ୍ ଗଭୀର କୂଅ ଖୋଳିଲେ।
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ବଡ଼ଗୁଡା ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୯୦ପରିବାର ବସବାସ କରନ୍ତି। ଗ୍ରାମରେ ଦୁଇଟି ନଳକୂପ ଥିବା ବେଳେ ପାନୀୟ ଜଳ ସଙ୍କଟ ହେଉଥିବା ହେତୁ ମାର୍ଚ୍ଚ ମାସ ୨୧ତାରିଖରେ ୧୦ଟି ପରିବାର ବ୍ଲକ ପ୍ରଶାସନ ନିକଟରେ ସ୍ଥାନୀୟ ବିଧାୟକ ପ୍ରଭୁ ଜାନି , ସାଂସଦ ପ୍ରତିନିଧି ସମେତ ବ୍ଲକ ଉପାଧ୍ୟକ୍ଷ ନାରାୟଣ ବିଶୋଇ ଙ୍କ ଉପସ୍ଥିତ ରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ବିଡ଼ିଓ ସମେତ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ |
ତଦାନୁଯାୟୀ ସେ ଗ୍ରାମକୁ ଯାଇ ଖରାପ ହୋଇଥିବା ନଳକୂପ ସଜାଡ଼ି ପାଇଁ ଚେଷ୍ଟାକରିଥିଲେ ମାତ୍ର ତାହା ସଜାଡି ହୋଇନଥିଲା। ନୂତନ ନଳକୂପ ଟି ଖୋଳିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ମାତ୍ର ନୂତନ ନଳକୂପ ଟି ଖୋଳା ହୋଇପାରିଲା ନାହିଁ ଲାକଡାଉନ୍ ଯୋଗୁ, ଗାଡି ଚଳାଚଳ ବନ୍ଦ ଥିବାରୁ ନଳକୂପ ଖୋଳା ବନ୍ଦ ରହିଥିଲା । ଚୁଆଁ ପାଣି ପିଉଥିବା ହେତୁ ନାନା ରୋଗରେ ଆକ୍ରାନ୍ତ ପୁଣି କରୋନା ଭୁତାଣୁ ସଂକ୍ରମଣ କୁ ଭୟଭୀତ ହୋଇ ୧୦ ପରିବାର ଲକଡାଉନ୍ ସମୟରେ ୫୦ଫୁଟ କୂଅ ଖୋଳିଲେ । ଏହି କୂଅ ଖୋଳିବା ପାଇଁ ୧୦ପରିବାର ସମସ୍ତେ ଲାଗିପଡି ଥିଲେ ପ୍ରାୟ ୨୦ଦିନ । ୧୦ପରିବାର ବର୍ତ୍ତମାନ ସ୍ୱଚ୍ଛ ପାନୀୟ ପାଇବା ପରେ ଖୁସୀବ୍ୟକ୍ତ କରିଛନ୍ତି ଏପଟେ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି |

ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ

Leave a Reply

Your email address will not be published. Required fields are marked *