ଉତ୍ତର ଭୁବନେଶ୍ୱର ବିଧାୟକ #ସୁଶାନ୍ତ_କୁମାର_ରାଉତ ଏବଂ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି #ସୁବାଷ_ପାତ୍ର ଙ୍କ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ

ରକ୍ତଦାନ ମହତ କାମ ଏହି ସ୍ଲୋଗାନ କୁ ପ୍ରମାଣ କରିଛନ୍ତି ଭୁବନେଶ୍ୱରବାସୀ। କୋରନା ଆତଙ୍କ ସମୟରେ ବି ସମାଜସେବା ଦିଗରୁ ନିଜକୁ ଦୁରେଇ ରଖିନାହାନ୍ତି ଉତ୍ତର ଭୁବନେଶ୍ୱର ବିଧାୟକ । ବର୍ତ୍ତମାନ ସମୟରେ ବିଭିନ୍ନ ପରିସ୍ଥିତିରେ ରକ୍ତର ଆବଶ୍ୟକ ରହିଥିବା ଜାଣି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ବିଧାୟକ ।
ଆଜି କଲ୍ୟାଣପୁର ପଞ୍ଚାୟତରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଭାଷ ପାତ୍ରଙ୍କ ସହଯୋଗରେ ଶିବିର ଆୟୋଜନ ହୋଇଥିଲା । ଶିବିରରୁ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *