କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ, ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
ଗତ କିଛିଦିନ ହେଲା କାଳବୈଶାଖୀରେ ଘର ଭାଙ୍ଗିଥିବାବେଳେ ଅନେକ ଫସଲ ନଷ୍ଟ ହୋଇଛି। ସେହିପରି ଗାଇଗୋରୁଙ୍କ ଜୀବନ ଯାଇଥିବା ଖବର ମିଳିଛି। ଏଣୁ ଏହାର ଆକଳନ କରି ତୁରନ୍ତ ଗ୍ରହଣଯୋଗ୍ୟ ସହାୟତା ପ୍ରଦାନ କରିବାକୁ କୁହାଯାଇଛି। ଏଣୁ ତୁରନ୍ତ ଏନେଇ ରିପୋର୍ଟ ଦେବା ସହ ଆବଶ୍ୟକ ଅର୍ଥ ସଂପର୍କରେ ଜଣାଇବାକୁ ସିଆରସି ଜିଲ୍ଲାପାଳମାନଙ୍କୁ କହିଛନ୍ତି |
ରିପୋର୍ଟ – ସଂଘମିତ୍ରା ପଣ୍ଡା