ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ “ଭରୋସା” ପାଇଲଟ୍ ପ୍ରକଳ୍ପ ଶୁଭାରମ୍ଭ

କୋଭିଡ୍ -୧୯କୁ ଦୃଷ୍ଟିରେ ରଖି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ “ଭରୋସା” ନାମରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି | ଛାତ୍ର ଛାତ୍ରୀ ମାନଙ୍କ ମାନସିକ ସ୍ତିତି ଓ ସ୍ବାସ୍ଥ୍ୟଗତ ସୁସ୍ଥତା ପାଇଁ ଏକ ଅନଲାଇନ୍ କାଉନସିଲିଂ ହେଲ୍ପ ଲାଇନ୍ ଆରମ୍ଭ ହୋଇଛି | ଓଡିଶାରେ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ନିଜର ସୁସ୍ଥତା ପାଇଁ ଏହି ଅନଲାଇନ୍ କାଉନସିଲିଂ ହେଲ୍ପଲାଇନ୍ (08046801010) ନମ୍ବର୍ ରେ ସହାୟତା ନେଇପାରିବେ ବୋଲି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ କହିଛନ୍ତି |

କୁଳପତି ପ୍ରଫେସର ଆଇ.ରାମବ୍ରହ୍ମଙ୍କ ଉପସ୍ଥିତ ରେ ଜିଲ୍ଲାପାଳ ଆନୁଷ୍ଟାନିକ ଭାବେ ଏହି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି |
କୋଭିଡ୍ -୧୯ ସମୟରେ ଜ୍ଞାନଗତ ଭାବପ୍ରବଣ ପୁନର୍ବାସ ପାଇଁ ହେଲ୍ପଲାଇନ୍
କାମରେ ଆସିବ | ଦୁଇଟି ସଂସ୍ଥା ଆସୋସିଏସନ୍ ଅଫ୍ ହେଲ୍ପ ସାଇକୋଲୋଜିଷ୍ଟ (AHP) ଏବଂ ଭାଇରସ୍ ପୀଡିତଙ୍କ ଇମୋସନାଲ୍ ପୁନର୍ବାସ (SERV) ର ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି | ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣାରେ ବିଶେଷଜ୍ଞଙ୍କ ଦ୍ୱାରା ମାନସିକ ପରାମର୍ଶ ପାଇଁ ଏକ ହେଲ୍ପଲାଇନ୍ ସ୍ଥାପନ ହୋଇଛି |

ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ

Leave a Reply

Your email address will not be published. Required fields are marked *