କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଲେ ଗଣଶିକ୍ଷା ମନ୍ତ୍ରୀ

କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶ୍ ଙ୍କ ସହ ଆଜି ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ଆଲୋଚନାର ଯୋଗ ଦେଇଥିଲେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଭାଗୀୟ ସଚିବ ଚିତ୍ରା ଆରୁମଗମ୍।
ଏଥିରେ ସାମିଲ ହୋଇଥିଲେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ୫ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ୩ ମାସର ମିଡ୍ ଡେ ମିଲ୍ ପିଲାଙ୍କୁ ଦେଇସାରିଥିବା ଜଣାଇଛନ୍ତି। ସେହିପରି ସିବିଏସଇ ଗାଇଡ୍‌ଲାଇନ୍ ଅନୁଯାୟୀ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସମୀର ସୂଚନା ଦେଇଛନ୍ତି।
ସେହିଭଳି ପିଲାଙ୍କ ଇ-ଲର୍ଣ୍ଣି ନେଇ ବି ଆଲୋଚନା ହୋଇଛି। ବିନା ଦେୟରେ ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ଲାଗି ଦାବି ରଖିଥିବା ସମୀର ସୂଚନା ଦେଇଛନ୍ତି। ଇଣ୍ଟିଗ୍ରେଟେଡ୍ କମ୍ପ୍ୟୁଟର୍‌ ଟ୍ରେନିଂ ନେଇଥିବା ପିଲାମାନଙ୍କୁ ନିଜ ନିଜ ଅଞ୍ଚଳରେ ନିଯୁକ୍ତି ଦେବା ପାଇଁ ବି ସେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି |

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *