ରାଜ୍ୟବାସୀଙ୍କ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ରାଜ୍ୟବାସୀଙ୍କ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ । ଏମାନେ ରାଉଲକେଲା ଅଞ୍ଚଳର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ରେ ସମୁଦାୟ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ରେ ଆକ୍ଟିଭ କେଶ୍ ୫ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୧ରେ ପହଞ୍ଚଲା। ସେହିପରି ରାଜ୍ୟରେ ଆକ୍ଟିଭ କେଶ୍ ୧୦୦ ରହିଛି।

ସେହିପରି ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ୧୭ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି |

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *