ଲକଡାଉନ୍ ରେ ବହୁଳ ଭାବେ ବ୍ୟବହାର ହେଲା Tiktok ଆପ୍, ଡାଉନଲୋଡ଼୍ ସଂଖ୍ୟା ୨୦୦ କୋଟି ଟପିଲା

ମହାମାରୀ କରୋନା ଯୋଗୁ ବର୍ତ୍ତମାନ ଅଧିକାଂଶ ଦେଶ ଲକଡାଉନ୍ ଥିବାବେଳେ ଲୋକମାନେ ସମୟ ବିତେଇବାର ନୂଆ ନୂଆ ତରିକା ଖୋଜୁଛନ୍ତି | ଘରେ ବସି ବସି ବୋର୍ ହେବା ଅପେକ୍ଷା କିଛି ନୂଆ କରି ଦେଖେଇବାର ପ୍ରୟାସ କରୁଛନ୍ତି । ସୂଚନା ଅନୁସାରେ ଏବେ ଲୋକମାନେ ଅଧିକ ସମୟ Tiktok ରେ ବିତାଉଛନ୍ତି। ଇତିମଧ୍ୟରେ Tiktok କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ରିପୋର୍ଟ ମୁତାବକ ସର୍ଟ ଭିଡିଓ ମେକିଂ ଆପ୍ Tiktok ଲକଡାଉନ୍ ବେଳେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଡାଉନଲୋଡ୍ ରେ Tiktok ଏବେ ୨ ବିଲିୟନ ବା ୨୦୦ କୋଟି ପାର କରିଛି। ସୂଚନା ଅନୁସାରେ ୫ ମାସ ପୂର୍ବରୁ ହିଁ Tiktok ୧.୫ ବିଲିୟନ ଡାଉନଲୋଡ୍ ପାର କରିଥିଲା।

ଲୋକମାନେ ଲକଡାଉନ୍ ଯୋଗୁ ଏବେ ସବୁଠୁ ଅଧିକ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି। ଏହି ସମୟରେ ସେମାନେ ଭିଡିଓ ତିଆରି କରି କିମ୍ବା ଭିଡିଓ ଦେଖି ନିଜ ମନୋରଞ୍ଜନ କରୁଛନ୍ତି ତେଣୁ ସମୟ ଅତିବାହିତ କରିବାର ବର୍ତ୍ତମାନ ବଡ଼ ମାଧ୍ୟମ ହୋଇଛି Tiktok |

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *